jayashree

ଆଜି ଆଲୋକର ପର୍ବ ଦୀପାବଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆଲୋକର ପର୍ବ ଦୀପାବଳି । ଏହାକୁ ପାଳନ କରିବା ପାଇଁ ଚଳଚଞ୍ଚଳ ଗାଁଠୁ ସହର, ଛୋଟ ଠୁ ବଡ଼ । ବଡ଼ ଉତ୍ସାହ ଉଦ୍ଧୀପନା ସହକାରେ ଦୀପାବଳି ପାଳନ ପାଇଁ ପ୍ରସ୍ତୁତିରେ ଜନ ସାଧାରଣ । ଦେକାନୀମାନେ ନିଜ ନିଜ ଦୋକାନରେ ଲଗାଇ ସାରିଲେଣୀ ଆମ୍ବ ତୋରଣ ସହ ବିଭିନ୍ନ ପ୍ରକାରର ଝାଲେର, ଲିଚୁ ଲାଇଟ ଓ କଇଁ ଫୁଲର ମାଳ । ଏପରି ମାହୋଲ ଦେଖି ଲାଗୁଛି ଯେମିତି ବଡ଼ ଧୁମ୍‌ଧାମ୍‌ରେ ଚଳିତ ବର୍ଷ ପାଳିତ ହେବ ଦୀପାବଳି । ତେବେ ଆସନ୍ତୁ ଦୀପାବଳି ବିଷୟରେ କିଛି ଜାଣିବା ।

ଦୀପାବଳି ଏକ ଭାରତୀୟ ପର୍ବ । ଏହା ଆଲୋକର ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପର୍ବ ବିଭିନ୍ନ ପୌରାଣିକ କାରଣ ହେତୁ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ଘରେ ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।

ଦୀପାବଳିରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳିରେ ମା’ କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ । ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ । ସେହିପରି ଭାରତର ଅନ୍ୟାନ୍ୟ ଅଂଶରେ ଦୀପାବଳି ଲକ୍ଷ୍ମୀ ପୂଜାର ସମୟ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ଏହା ଏହି ସବୁ ଅଞ୍ଚଳରେ ଏକ ମୁଖ୍ୟ ପର୍ବ ରୂପେ ପାଳିତ ହୁଏ । ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶାଙ୍କ ପୂଜା କରାଯାଏ ।

ପୌରାଣିକ ତଥ୍ୟ ଅନୁସାରେ ସତ୍ୟଯୁଗରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣକୁ ବଧ କରି ସୀତାଙ୍କୁ ଉଦ୍ଧାର କରି ଏହି ଦିନ ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କୁ ସ୍ୱାଗତ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳାଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି ।

Leave A Reply

Your email address will not be published.