jayashree

ଖପ୍ରାଖୋଲ ବ୍ଲକ ଓଷ୍ଟା ସଂଘ ତରଫରୁ ସାମ୍ବିଧାନିକ ସମ୍ମିଳନୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଜବାହରଲାଲ ଉଚ୍ଚ ବିଦ୍ୟାଳୟ ଧଣ୍ଡାମୁଣ୍ଡାରେ ଖପ୍ରାଖୋଲ ବ୍ଲକ୍ ଓଷ୍ଟା ସଂଘ ତରଫରୁ ବ୍ଲକ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖପ୍ରାଖୋଲ ବ୍ଲକର ପ୍ରାୟ ସମସ୍ତ ମାଧ୍ୟମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ତଥା ଶିକ୍ଷାକର୍ମଚାରୀ ଯୋଗ ଦେଇଥିଲେ । ମହରାପଦର୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବକିଶୋର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଜିଲ୍ଲା ସମ୍ପାଦକ କୁଶଧ୍ଵଜ ସାହୁ ଓ ଲୁହାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭରପ୍ରାପ୍ତ ଅଧ୍ୟକ୍ଷ ରାଧାକାନ୍ତ ସୁଆର ମଞ୍ଚାସୀନ ଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ପାଟଣାଗଡ ବ୍ଲକ୍ ସମ୍ପାଦକ ସଞ୍ଜୀବ କୁମାର ହୋତା, ତୁରେକେଲା ବ୍ଲକ ଇସି ସଭ୍ୟ ସୁରେନ୍ଦ୍ର କୁମାର ମହାନ୍ତି ଓ ବଙ୍ଗୋମୁଣ୍ଡା ବ୍ଲକର ସମ୍ପାଦକ ପ୍ରସାନଦ ମହାପାତ୍ର ଯୋଗ ଦେଇଥିଲେ । ସର୍ବ ସମ୍ମତିରେ ଫୁଲକିମୁଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପାଳ ବେହେରାଙ୍କୁ ବ୍ଲକ୍ ସଭାପତି, ଉପସଭାପତି ଭାବେ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଝରଣା କର ଓ ବାଘମୁଣ୍ଡ ଉଚ୍ଚ ବିଦ୍ୟାଳୟର ଦିଲ୍ଲୀପ ମେହେର, ଧଣ୍ଡାମୁଣ୍ଡା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବ୍ଲକ ସମ୍ପାଦକ, ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଐଶ୍ୱର୍ୟ୍ୟ ଶେଖର ଦେବତାଙ୍କୁ ଯୁଗ୍ମ-ସମ୍ପାଦକ ଓ ଲୁହସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ନିୟତି ସାହୁ ଯୁଗ୍ମ-ସମ୍ପାଦିକା, ରାଜ୍ୟ ପରିଷଦ ସଭ୍ୟ ଭାବେ ନବରତ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ଦାଶ, ଜିଲ୍ଲାପରିଷଦ ସଭ୍ୟ ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଭାନପୁରର ମନୋଜ କୁମାର ବାରିକ, ଭାଲୁଡୁଙ୍ଗୁରି ଉଚ୍ଚ ବିଦ୍ୟାଳୟର ଚିତ୍ତରଞ୍ଜନ ସାହୁ, ମାଟିଆଭଟା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି, ସରେଇବାହଲ ଉଚ୍ଚ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ପ୍ରଧାନଙ୍କୁ ନିର୍ଦ୍ଵନ୍ଦରେ ନିର୍ବାଚିତ କରାଗଲା ଏବଂ ଆମନ୍ତ୍ରିତ ଅତିଥିମାନଙ୍କ ଉପସ୍ଥିତିରେ ନୂତନ ଭାବେ ନିର୍ବାଚିତ ପଦାଧିକାରୀଙ୍କୁ ଦାୟିତ୍ୱ ଅର୍ପଣ କରିବା ସହିତ ଶପଥ ପାଠ କରାଗଲା । ସମସ୍ତେ ନିସ୍ୱାର୍ଥପର ଭାବେ ନିଜ ଦାୟିତ୍ୱ ତୁଲାଇବାକୁ ଶପଥ ନେଲେ । ଖପ୍ରାଖୋଲ ଓଷ୍ଟାକୁ ଆହୁରି ସୁଦୃଢ କରିବାକୁ ସମସ୍ତେ ନିଜ ବକ୍ତବ୍ୟରେ ଉପସ୍ଥିତ ଶିକ୍ଷକ କର୍ମଚାରୀଙ୍କୁ ଆହ୍ଵାନ ଦେଲେ । ଶ୍ରୀ ସୁଆରଙ୍କୁ ବ୍ଲକ୍ ଉପଦେଷ୍ଟା ଭାବେ ମନୋନୀତ କରାଗଲା । ଏହି କାର୍ଯ୍ୟକୁ ଶିକ୍ଷକ କୃଷ୍ଣଧର ପାତ୍ର, ରଥ ଗୁରୁ, ଉସତ ଗଡତୀଆ, ଗୌର ମାଝୀ, ନିହାରରଞ୍ଜନ ବେହେରା, ପ୍ରାଣବନ୍ଧୁ ସାହୁଙ୍କ ସମେତ ଅନ୍ୟ ସମସ୍ତ ଉପସ୍ଥିତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ବାଘମୁଣ୍ଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.