csstore

ବଲାଙ୍ଗିର ଛାତ୍ର କଂଗ୍ରେସର ସୁଜିତ କୁମ୍ଭାର ରାଜ୍ୟ ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗର ଉପାଧ୍ୟାକ୍ଷ ଭାବରେ ମନୋନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମର ସଂଯୋଜକ ସୁଜିତ କୁମ୍ଭାର ରାଜ୍ୟ ଛାତ୍ର କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗର ଉପାଧ୍ୟାକ୍ଷ ଭାବେ ମନୋନୀତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସୁଜିତ ସାମାଜିକ ଗଣମାଧ୍ୟମ ଜରିଆରେ ଶାଣିତ ତଥା ନିର୍ଭୀକ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି । ତାଙ୍କ ନାମକୁ ରାଷ୍ଟ୍ରୀୟ ସଭାପତି ନିରଜ କୁନ୍ଦନ ମୋହର ମାରିଛନ୍ତି । ଏଥିପାଇଁ ସେ ପୂର୍ବତନ ରାଷ୍ଟ୍ରୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ଏନ୍‌ଏସ୍‌ୟୁଆଇ ରାଷ୍ଟ୍ରୀୟ ପ୍ରଭାରୀ କନହୈଆ କୁମାର, ଏନ୍‌ଏସ୍‌ୟୁଆଇ ରାଷ୍ଟ୍ରୀୟ ସଭାପତି ନିରଜ କୁନ୍ଦନ, ବଲାଙ୍ଗିରର ବିଧାୟକ ନରସିଂହ ମିଶ୍ର, ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ, ଏନ୍‌ଏସ୍‌ୟୁଆଇ ରାଜ୍ୟ ପ୍ରଭାରୀ ଅନୁଲେଖା ବୋସା, ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆଗକୁ ଆହୁରି ବଳିଷ୍ଠ ଭାବେ ସେ ସାମାଜିକ ଗଣମାଧ୍ୟମ ଜରିଆରେ ରାଜ୍ୟ ଛାତ୍ର କଂଗ୍ରେସର ମତାମତକୁ ଉପସ୍ଥାପନା କରିବେ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.