csstore

ନକଲି ବିଇଡ଼ି ସାର୍ଟିଫିକେଟ୍‌ ଦେଇ ଗିରଫ ହେଲେ ପୁଣି ଜଣେ ଶିକ୍ଷକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ବିଇଡ଼ି ସାର୍ଟିଫିକେଟ୍‌ ଦେଇ ଗିରଫ ହୋଇଛନ୍ତି ପୁଣି ଜଣେ ଶିକ୍ଷକ । ଏହି ଖବର ପ୍ରଚାର ହେବା ପରେ ଶିକ୍ଷକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କରେ ବଲାଙ୍ଗିର ଏସ୍‌ଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ବଲାଙ୍ଗିର ଡିଇଓ ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଡୁକାର ପଲ୍ଲିଶ୍ରୀ ନୋଡ଼ାଲ ହାଇସ୍କୁଲରେ କାର୍ୟ୍ୟରତ ଶିକ୍ଷକ ଭକ୍ତ କୁମାର ସେଠ୍‌ ନକଲି ବିଇଡ଼ି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଥିବା ସମ୍ପର୍କରେ ବଲାଙ୍ଗିର ଟାଉନ୍‌ ଥାନାରେ ଅଭିଯୋଗ କରିବା ପରେ ଟାଉନ ପୋଲିସ କେସ୍‌ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଜାଲ୍‌ ସାର୍ଟିଫିକେଟ୍‌ଧାରୀ ନକଲି ଶିକ୍ଷକ ଶ୍ରୀ ସେଠ୍‌ଙ୍କୁ ଗିରଫ କରିଛି । ଟାଉନ୍‌ ଥାନା କେସ୍‌ ନଂ ୬୩୦/୨୦୨୩ ଦଫା ୪୨୦/୪୬୮/୪୭୧ ଆଇପିସି ବଳରେ ଗିରଫ ନକଲି ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡ଼ିପିଓ ଶ୍ରୀ ବାଗ୍‌ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.