csstore

ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ କମିଟି ଓ ପ୍ରଶାସନର ପ୍ରସ୍ତୁତି ବୈଠକ

  • ନଭେମ୍ବର ୨୨ଠାରୁ ୨୮ ପର୍ଯ୍ୟନ୍ତ ଦୁଲକି ଉଠିବ ମଞ୍ଚ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସର୍ବସାଧାରଣ ଖେଳ ପଡିଆଠାରେ ୩୭ତମ ଧନୁଯାତ୍ରା ମହୋତ୍ସବ ପାଇଁ ଧନୁଯାତ୍ରା କମିଟି ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀ ଉପସ୍ଥିତ ରହିଥିବା ବେଳେ ଚଳିତ ମାସ ନଭେମ୍ବର ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବରେ ମହିଳାମାନଙ୍କୁ ସଶକ୍ତିକରଣ ଉପରେ ଧ୍ୟାନ ଦେବା ସହ ସୁରୁଖୁରୁରେ ଏହି ମହୋତ୍ସବ କେମିତି ପାଳିତ ହେବ ସେ ନେଇ ଆଲୋଚନା ହେବା ସହ ୩୭ତମ ହେବାକୁ ଥିବା ଏହି ମହୋତ୍ସବରେ ସ୍ଥାନୀୟ ଜନସାଧାରଣ କେମିତି ଠିକ୍ ଭାବେ ମହୋତ୍ସବର ଆନନ୍ଦ ନେବେ ସେ ନେଇ ସମସ୍ତ ପ୍ରକାରର ସୁବିଧା ସରିଥିବା ଆଲୋଚନା ହୋଇଥିଲା । ଚଳିତ ମହୋତ୍ସବରେ ମିନାବଜାର, ଖାଦ୍ୟପେୟ ଷ୍ଟଲ ସହ ଅନ୍ୟ ଷ୍ଟଲ ରହିବ । ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ଷ୍ଟଲ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିରେ ସିଡିପିଓ ମାଧୁରୀ ହୋତା, ପାନୀୟ ଜଳ ବିଭାଗର କନିଷ୍ଠ ଯନ୍ତ୍ରୀ ସତ୍ୟ ସାରଦା ମହାନ୍ତି, ପ୍ରାଣୀସମ୍ପଦ ଡଃ ସନ୍ନ୍ୟାସୀ ଶତପଥୀ, ଓଡିଶା ଜୀବିକା ମିଶନର ବିପିଏମ୍‌ ବିଜୟ ବେହେରା, ଥାନା ଏଏସ୍‌ଆଇ ନେତ୍ରଭାନୁ ଦଣ୍ଡସେନା, କଲେଜର ଅଧ୍ୟକ୍ଷ ଡ଼ଃ ଶୋଭେନ୍ଦ୍ର କୁମାର ମେହେର, ଗରୁଡ଼ଧ୍ଵଜ ବେହେରା, ଅଗ୍ନିଶମ ବିଭାଗଙ୍କ ସହ ଅନ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏଥିରେ ଅଧ୍ୟକ୍ଷ ତୁଳସୀରାମ ହଂସ, ସହ ଅଧ୍ୟକ୍ଷ ଆନନ୍ଦ କୁମାର ଅଗ୍ରୱାଲ, ସଭାପତି ସୁଦାମ ସିନ୍ଦୁର, ସମ୍ପାଦକ ଅମିତ ଥନାପତି, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, କୋଷାଧ୍ୟକ୍ଷ ରୁପେଶ ଜୈନ, ଲୋକ ସମ୍ପର୍କ ଅଧିକାରୀ ତ୍ରିନାଥ ବାରିକ, ଡ଼ଃ ନାରାୟଣ ମିଶ୍ର, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଅର୍ଧେନ୍ଦୁ ଯାଦବ, ବୈକୁଣ୍ଠ ସା, ତିରୂପତି ବାରିକ, ଅଶୋକ ହଂସ, ଗଣନାଥ ଥନାପତି, ଶରତ ଚନ୍ଦ୍ର ସିଂ ଭୋଇ, ବିନୋଦ ମେହେର, ତପି ପୁଟେଲ, ଧୁବଳେ ବାଗ, ଆଲୋକ ସାହୁ ପ୍ରମୁଖଙ୍କ ସହ କମିଟିମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.