ଠିକାଦାରପଡ଼ା ତୁଳସୀ ରାମାୟଣ ପାରାୟଣରେ ଯୋଗଦେଇ ପ୍ରଭୁଙ୍କ ଆଶିଷ ଭିକ୍ଷା କଲେ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୬ ତାରିଖଠାରୁ ଆରମ୍ଭ ହୋଇଥିବା ଠିକାଦାରପଡ଼ା ଶ୍ରଦ୍ଧାଳୁମାନଙ୍କ ଆୟୋଜନ କ୍ରମେ ନବ ଦିନାତ୍ମକ ଗୋସ୍ୱାମୀ ତୁଳସୀ ଦାସଙ୍କ ତୁଳସୀ ରାମାୟଣ ପାରାୟଣର ଆଜି ପଞ୍ଚମ ଦିନରେ ବଲାଙ୍ଗିର ପୌରସଂସ୍ଥାର ନଗରପାଳ ଲିକା ସାହୁ ଓ ବିଜେଡି ଯୁବ ନେତା ଯୋଗଦେଇ ପାରାୟଣ ଶ୍ରବଣ କରିବା ସହିତ ପ୍ରଭୁ ଶ୍ରୀ ରାମଙ୍କ ପୂଜା ଅର୍ଚ୍ଚନା କରି ଆଶିଷ ଭିକ୍ଷା କରିଥିଲେ । ପଡ଼ାର ମହିଳା ଓ ପୁରୁଷମାନେ ତାଙ୍କୁ ସ୍ୱଗତ କରି ପାରାୟଣ ମଣ୍ଡପକୁ ନେଇଥିଲେ । ପାରାୟଣରେ ବ୍ୟାସ ରୂପେ ଇପ୍ସିତ ମିଶ୍ର ରାମାୟଣ ପାଠ ସହିତ ପ୍ରଭୁ ଶ୍ରୀରାମଙ୍କ ଲୀଳା ଓ ଚରିତ୍ର ଉପରେ ରାମାୟଣ ବିଷୟ ବସ୍ତୁ ଉପରେ ଭକ୍ତମାନଙ୍କୁ ବର୍ଣ୍ଣନା କରୁଛନ୍ତି । ପୂଜକ ରୂପେ ଦେବେନ୍ଦ୍ର ମିଶ୍ର ପୂଜା କର୍ମ କରୁଥିବା ବେଳେ ପ୍ରଥମ ଦିନଠାରୁ ମୁଖ୍ୟକର୍ତ୍ତା ରୂପେ ସୁରମ୍ୟ ମିଶ୍ର ଓ ତାଙ୍କ ସହଧର୍ମିଣୀ ମମତାମୟୀ ମିଶ୍ର କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ଅନ୍ୟ ପାଞ୍ଚ ଦିନରେ ମନୋରମ ମିଶ୍ର ଓ ସୁବୋଧ ମିଶ୍ର, ୮ ତାରିଖରେ ସୀତା ବିବାହ ଦିନ କର୍ତ୍ତା ଅମ୍ରିତା ପରୁଆ ତଥା ଅରବିନ୍ଦ ପରୁଆ (କାଉନସିଲର) ଓ ମୁଖ୍ୟ କର୍ତ୍ତା ଦମ୍ପତ୍ତି ଦେବ ଦମ୍ପତ୍ତିଙ୍କ ପିତା ମାତା ହୋଇ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଗତ କାଲି ଗୋପେଶ୍ୱରୀ ପଟ୍ଟନାୟକ ଓ ଅନୁପ ମହାନ୍ତି କର୍ତ୍ତା ଥିବା ବେଳେ ଆଜି ଦେବକୀ ପଟ୍ଟନାୟକ ଓ ରମାକାନ୍ତ ବଗର୍ତ୍ତି କର୍ତ୍ତାକାର୍ଯ୍ୟ ସମ୍ପାଦନ କରିଛନ୍ତି । ନବ ଦିନ ବ୍ୟାପୀ ପାରାୟଣରେ ଠିକାଦାରପଡ଼ା ଓ ଆଖପାଖ ଅଞ୍ଚଳର ରାମରସ ପିପାସୁ ଭକ୍ତମାନେ ସମବେତ ହୋଇ ରାମ ବାଣୀ ଶ୍ରବଣ କରୁଥିବା ଦେଖାଯାଉଛି । ପାରାୟଣ କାର୍ଯ୍ୟ ସମ୍ପାଦନରେ ପଡ଼ାର ଯୁବକ ଯୁବତୀ ମହିଳା ପୁରୁଷ ସମ୍ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟ ତୁଲାଉଛନ୍ତି ।

Leave A Reply

Your email address will not be published.