jayashree

ଏନ୍‌ଏସ୍‌ଏ ଲାଗିଲା ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ : କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଲା

ଭୁବନେ‌ଶ୍ୱର : କମିଶନରେଟ ପୋଲିସ ନିର୍ଦ୍ଦେଶରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ୟ୍ୟ ନାଁରେ ଏନ୍‌ଏସ୍‌ଏ ଲାଗିଥିବା ସୂଚନା ମିଳିଛି । ଦାଦାବଟି ଅଦାୟ ଓ ଲୋକଙ୍କୁ ଭୟଭୀତ କରୁଥିବା ତଥା ଗୁଣ୍ଡାଗର୍ଦ୍ଦି ଯୋଗୁଁ ଏନଏସଏ ଲାଗୁ ହୋଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଜଣେ ଜାମିନ୍‌ଦାର୍‌ ଓ ୨୦ ହଜାର ଟଙ୍କା ବେଲ୍‌ ବଣ୍ଡରେ ରାଜାକୁ ଆଜି ଜାମିନ ମିଳିଛି । ରାଜାକୁ ଗତ ଅକ୍ଟୋବର ୧୭ ତାରିଖରେ ଦାଦାବଟି ଆଦାୟ ମାମଲାରେ କମିଶନରେଟ ପୋଲିସ ଗିରଫ କରିଥିବା ବେଳେ ରାଜା ନାଁରେ ଆହୁରି ଅନେକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.