ତୁରନ୍ତ ଖରିଫ୍‌ ଧାନକ୍ରୟ ପାଇଁ ମଣ୍ଡି ଖୋଲୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖରିଫ୍‌ ଋତୁ ପାଇଁ ବଲାଙ୍ଗିରରେ ତୁରନ୍ତ ଧାନମଣ୍ଡି ଖୋଲିବ । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଦାବି କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ସେ କହିଛନ୍ତି ଯେ, ନୂଆଁଖାଇ ଶେଷ ହେବାପରେ ଏବେ ବଲାଙ୍ଗିର ଧାନ ଅମଳ ଚାଲିଛି । ଏଣୁ ନଭେମ୍ବର ୨ ସୁଦ୍ଧା ଅମଳ ଧାନ ବିକ୍ରି କରିବା ପାଇଁ ଟୋକନକୁ ଚାଷୀମାନେ ଅପେକ୍ଷା କରିଛନ୍ତି । ହେଲେ ଆଦ୍ୟାବଧି ପ୍ରଶାସନ ମଣ୍ଡି ଖୋଲିବାରେ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଅନ୍ୟପକ୍ଷେ, ଗ୍ରାମାଞ୍ଚଳରେ ଚାଷୀଙ୍କ ଶୋଷଣ କରିବାକୁ ଦଲାଲମାନେ ସକ୍ରିୟ ହୋଇଗଲେଣି । ତେଣୁ ଦଲାଲଙ୍କ ଉତ୍ପାତ୍‌ ଓ ଅଭାବୀ ବିକ୍ରିରୁ ବର୍ତ୍ତିବା ପାଇଁ ଆସନ୍ତା ୧୫ ସୁଦ୍ଧା ଧାନକ୍ରୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବାକୁ ଶ୍ରୀ ମହାଲିଙ୍ଗ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.