csstore

ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାକୁ ନିନ୍ଦା କଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପ୍ରଯୋଜକ ଟୁଟୁ ନାୟକ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାକୁ ନିନ୍ଦା କରିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ । ରାଜଧାନୀ ଭୁବନେଶ୍ୱରରେ ମହିଳା ସାମ୍ବାଦିକାଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁଙ୍କ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟରତ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଓଡ଼ିଆ ସିନେ ପ୍ରଯୋଜକ ଟିଟୁ ନାୟକ ଶୁକ୍ରବାର ଚଳଚ୍ଚିତ୍ର ରିଲିଜ ସମୟରେ ଖବର ସଂଗ୍ରହ କରିବାକୁ ଅପେକ୍ଷା କରିଥିବା ସମୟରେ ସଞ୍ଜୟ ହଠାତ୍ ଆସି ପଛପଟୁ ମାଡ଼ ମାରିବା ଏବଂ ଏଥିରେ ମହିଳା ସାମ୍ବାଦିକାଙ୍କ ଖବର ସଂଗ୍ରହ ପାଇଁ ହାତରେ ଧରିଥିବା ମୋବାଇଲ ଏବଂ ମାଇକ ଖସିପଡିଥିଲେ ମଧ୍ୟ କୌଣସି ମାନବିକତା ନ ଦେଖାଇବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ସିନେମା ହଲ ପରିସରରେ ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଓ ମାଡ଼ ମାରିବା ଘଟଣାରେ ପୋଲିସ ପକ୍ଷରୁ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରାଯାଇଛି । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, ଉପସଭାପତି ଅନିଲ ତ୍ରିପାଠୀ, ସମ୍ପାଦକ ହୁଲେଶ୍ୱର ହଂସ, ସହ ସମ୍ପାଦକ ଦିନେଶ ଜୈନ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ଆଇନ ପରାମର୍ଶ ଦାତା ହେମନ୍ତ କୁମାର ନାଏକ, ଉପଦେଷ୍ଟା ଅଶୋକ କୁମାର ଖମାରୀ, ସଦସ୍ୟ ସୁଶାନ୍ତ ବେହେରା, ସୁଶାନ୍ତ ଥନାପତି, ରାଧେଶ୍ୟାମ ମେହେର, ଦୀପକ ପାଣିଗ୍ରାହୀ, ବଂଶୀଧର ବେହେରା, ସୁଦାମ ବେହେରା ପ୍ରମୁଖଙ୍କ ସହ ବହୁ ସଦସ୍ୟମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.