csstore

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦ୍‌ଘାଟିତ ହୋଇଯାଇଛି । ସର୍ବ ପ୍ରଥମେ ଗ୍ରାମର ଆରାଧ୍ୟ ଦେବୀ ମା’ ଦ୍ୱାରସେନୀଙ୍କ ମନ୍ଦିରରୁ ଦୀପ ପ୍ରଜ୍ୱଳନ କରି ଛାତ୍ରଛାତ୍ରୀମାନେ ମଶାଲ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମହାବିଦ୍ୟାଳୟକୁ ଆସିଥିଲେ । ଏହି ଅନୁଷ୍ଠାନର ସଭାପତି ଦିବାକର ମେହେର ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଡଃ. ଶୋଭେନ୍ଦ୍ର କୁମାର ମେହେର, ଖେଳ ଶିକ୍ଷକ ଜୟପ୍ରକାଶ ସାହୁ, ଆଲୋକ କୁମାର ରଥ, ସୀତାରାମ ପାଣିଗ୍ରାହୀ, ନଟବର ବେହେରା, ଦମୟନ୍ତି ମେହେର, ଜୟନ୍ତୀ ଖୁଣ୍ଟିଆ, ଭୂଷଣ ଚନ୍ଦ୍ର ମେହେର, ଡିଲେଶ୍ୱର ନିଆଲ, ଭାଷ୍କର ମେହେର, ଜୟପ୍ରକାଶ ମେହେର, କ୍ଷୀରସିନ୍ଧୁ ରଣା, ଦେବରାଜ ମେହେର, ବନିତା ସାହୁ, ରୋହିଣୀ ପ୍ରଧାନୀ, ତେଜେଶ୍ୱର ପ୍ରଧାନ, ଆଲୋକ ମୁଣ୍ଡ, ରଞ୍ଜିତ ସଗରିଆ, ରାମକୃଷ୍ଣ ବାଗ, ସୁବର୍ଣ୍ଣ ସେନ୍ଦ୍ରିଆ ତଥା ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ । ଏଥିରେ ବିଭିନ୍ନ କ୍ରୀଡା ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡିଛି ।

jayashree
Leave A Reply

Your email address will not be published.