csstore

ସିନ୍ଧେକେଲା ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଉକ୍ତ ବୈଠକରେ ସଭାପତିତ୍ୱ କରିଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠୀ, ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ସିନ୍ଧେକେଲା ପଞ୍ଚାୟତର ସମିତି ସଭ୍ୟ ଭୋଳାନାଥ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଆୟୋଜିତ ରୋଗୀ କଲ୍ୟାଣ ସମିତି ବୈଠକରେ ଭାରପ୍ରାପ୍ତ ଚିକିତ୍ସଧାରୀ ଡାକ୍ତର ବିଶ୍ୱରଞ୍ଜନ ଖୁଣ୍ଟିଆଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଶିବ ପ୍ରସାଦ ରଥ ବିଗତ ବର୍ଷର ଆୟବ୍ୟୟ ତଥ୍ୟ ଉପସ୍ଥାପନ କରିଥିଲେ । ଦନ୍ତ ଚିକିତ୍ସା ପାଇଁ ଏକ ନୂତନ କ୍ଲିନିକର ପୁନଃ ସ୍ଥାପନ, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ନିଯୁକ୍ତି ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିବା ବେଳେ ଆର୍ଥିକ ବର୍ଷ ୨୦୨୨-୨୩ ଏବଂ ୨୦୨୩-୨୪ ଖର୍ଚ୍ଚ ମଞ୍ଜୁର କରାଯାଇଥିଲା । ଶେଷରେ କାର୍ଯ୍ୟକ୍ରମ ପରିଚାଳକ ତପନ ବିହାରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତିର ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.