ଜିଲ୍ଲା ମହକୁମା ଛତ୍ରପୁରଠାରେ ଆୟୋଜିତ ଭର୍‌ଚୁଆଲ୍ ସାମାରୋହରେ ୩ ହଜାର ମହିଳାଙ୍କ ସମାଗମ

  • ଛତ୍ରପୁର ନିର୍ବାଚନ ମଣ୍ଡଳୀର ଉନ୍ନୟନ ନିମନ୍ତେ ୧୬.୫ କୋଟି ଟଙ୍କା ଖର୍ଚ୍ଚ ବ୍ୟୟ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମରେ “ଆମ ଓଡିଶା ନବୀନ ଓଡ଼ିଶା” ଭର୍‌ଚୁଆଲ୍ ସାମାରୋହରେ ପ୍ରାୟତଃ ୩ ହଜାର ଜନସାଧାରଣ ତଥା ସଂଖ୍ୟା ଗରିଷ୍ଠ ଏସ୍‌.ଏଚ୍‌.ଜି.ମହିଳା, ମିଶନ ଶକ୍ତି, ନାରୀ ନେତ୍ରୀଗଣ ଯୋଗଦେଇ ଏହି ଭବ୍ୟ ସାମାରୋହରେ ସାମିଲ ହୋଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ର ୫୦୩ଟି ଗ୍ରାମ ପଞ୍ଚାୟତର ସର୍ବମୋଟ ୫ ହଜାର ୭୦୬ଟି ବିଭିନ୍ନ ପ୍ରକଳ୍ପ ଗୁଡିକ ନିମନ୍ତେ ୨୫୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ କରାଯିବା ନିମନ୍ତେ ଅର୍ଥ ମଞ୍ଜୁର ହୋଇଛି । ଗଞ୍ଜାମ ଜିଲ୍ଲାର ବହୁବିଧ ଉନ୍ନୟନ ଦିଗରେ ଆମ ରାଜ୍ୟର ନବୀନ ସରକାର ଭର୍‌ଚୁଆଲ୍ ସାମାରୋହରେ ଆଲୋକପାତ କରିଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକ୍ ଓ ଛତ୍ରପୁର ବ୍ଲକର ୩୩ଟି ଗ୍ରାମ ପଞ୍ଚାୟତର ବିବିଧ ଉନ୍ନୟନ ନିମନ୍ତେ ୩୩୬ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ସମସ୍ତ ଉନ୍ନୟନ ପ୍ରକଳ୍ପ ଗୁଡିକର ନବୀକରଣ ନିମନ୍ତେ ୧୬.୫ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଅର୍ଥ ମଞ୍ଜୁର ହୋଇଛି । ଏହାରି ମଧ୍ୟରେ ଋଷିକୂଲ୍ୟାନଦୀ ଘାଟ, ନଦୀବନ୍ଧ ଯୋଜନା, ପୋଲ-ନିର୍ମାଣ, ଓଭରବ୍ରିଜ ଆଦିର ପ୍ରଗତି ଦିଗରେ ପ୍ରକଳ୍ପ ପୂର୍ଣ୍ଣ ହେଲେ ଋଷିକୂଲ୍ୟା ନଦୀତଟର ସମସ୍ତ ସହରାଞ୍ଚଳ, ଗ୍ରାମାଞ୍ଚଳଗୁଡିକର ବ୍ୟବସାୟିକ ଦିଗରେ ଗମନାଗମନ ଦିଗରେ ବିଶେଷ ଉନ୍ନତି ସାଧିତ ହେବ । ଏଥିପାଇଁ ୧୮କୋଟି ଟଙ୍କା ଖର୍ଚ୍ଚ ବରାଦ ହୋଇଛି ବୋଲି ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପଣ୍ଡିୟାନ କହିଛନ୍ତି । ପ୍ରସିଦ୍ଧ ଶାକ୍ତପୀଠ ରାମଚଣ୍ଡୀ ମନ୍ଦିରର ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ୨ କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ, ଗଞ୍ଜାମ ବ୍ଳକ୍ ଖଣ୍ଡିଦେଉଳି ସ୍ଥିତ ଶହୀଦ ଭଗତ ସିଂ କଲେଜ ନିମନ୍ତେ ୧ କୋଟି ୫୦ ଲକ୍ଷ, ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ପ୍ରସିଦ୍ଧ ଶୈବ ପୀଠ ସୁନ୍ଦେରଶ୍ୱର ମନ୍ଦିର ନିମନ୍ତେ ୧ କୋଟି ୫୦ଲକ୍ଷ ଟଙ୍କାର ବିନିଯୋଗ ହେବା ନେଇ ଏହି ଅଞ୍ଚଳର ଜନସାଧାରଣ ଖୁସିବ୍ୟକ୍ତ କରିଛନ୍ତି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସଭାସ୍ଥଳରେ ଓଜସ୍ୱିନୀ ସମ୍ଭାଷଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ବିକାଶକୁ ବିକଶିତ କରିବା ଉଦ୍ଦେଶ୍ୟରେ ଯୋଗ ଦେଇଥିବା ତିନିହଜାର ମହିଳା ତଥା ଜନସାଧାରଣଙ୍କୁ ନେଇ ବର୍ଣ୍ଣାଢ଼୍ୟ ସମାରୋହର ଭର୍‌ଚୁଆଲ୍ କାର୍ଯ୍ୟକ୍ରମରେ ପ୍ରଶାସନିକ କାର୍ଯ୍ୟାଳୟରୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୁଧୀବୃନ୍ଦ ତଥା ଗଞ୍ଜାମବାସୀଙ୍କୁ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.

error: Content is protected !!