ହଳଦୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବାରିକଙ୍କ ଚାକିରିରୁ ଅବସର ଗ୍ରହଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ହଳଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବାରିକ ନିଜ ଚାକିରି ଜୀବନରୁ ଅବସର ନେଇଛନ୍ତି । ଦୀର୍ଘ ୩୫ ବର୍ଷ ଧରି ୧୯୮୪ ମସିହାରୁ ହଳଦୀ ଅଞ୍ଚଳର ଶିକ୍ଷାର ପ୍ରସାର ପ୍ରଚାରରେ ସେ ଅଗ୍ରଣୀ ଭୂମିକା ନିଭାଇ ଆସୁଥିଲେ । ମାତ୍ର ୬ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ହଳଦୀ ଉଚ୍ଚ ବିଦ୍ୟାଳୟଟି ଆଜି ଏକ ବିରାଟ ବିଦ୍ୟାଳୟରେ ପରିଣତ ହୋଇଛି ଯେଉଁଠି ବର୍ତ୍ତମାନ ୩୦୩ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶ୍ରୀ ବାରିକ ଏହି ଅଞ୍ଚଳର ଶିକ୍ଷାପ୍ରେମୀ, ଅଭିଭାବକମାନଙ୍କର ଅଗାଧ ସ୍ନେହ, ଶ୍ରଦ୍ଧାରେ, ପ୍ରତ୍ୟେକ ଗ୍ରାମରେ ଚିରପରିଚିତ ଥିଲେ । ମୁରିବାହାଲ ବ୍ଲକରେ ହଳଦୀ ବିଦ୍ୟାଳୟର ନାଁ ରହିଛି । ପ୍ରତ୍ୟେକ ବର୍ଷ ମାଟ୍ରିକ ଫଳାଫଳ ମଧ୍ୟ ସନ୍ତୋଷ ଜନକ ରହିଆସୁଛି । ତୃତୀୟ ପର୍ଯ୍ୟାୟରେ ବିଦ୍ୟାଳୟଟି ବର୍ତ୍ତମାନ ଫାଇଭ୍‌-ଟିରେ ଅନ୍ତର୍ଭୁକ୍ତ ହୋଇଛି । ତେଣୁ ଶ୍ରୀ ବାରିକଙ୍କ ଅବସର ପରେ ଜଣେ ସିନିଅର ଏସ.ସି.ଏସଙ୍କୁ ପ୍ରଧାନ ଶିକ୍ଷକ ଭାବେ ଏହି ବିଦ୍ୟାଳୟରେ ନିଯୁକ୍ତି କରିବାକୁ ଅଭିଭାବକ ମହଲରେ ଦାବୀ ହେଉଛି । ତତ୍‌ ସଙ୍ଗେ ସ୍ଥାୟୀ ପ୍ରଧାନ ଶିକ୍ଷକଙ୍କ ଅବସର ପରେ ବିଦ୍ୟାଳୟରେ ଲାଗି ରହିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଅସନ୍ତୋଷକୁ ଦୂର କରାଯିବା ଲାଗି ଏକ ଠୋସ ପଦକ୍ଷେପ ନେବା ପାଇର୍ ଅଭିଭାବକ ମହଲରେ ଦୃଢ଼ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!