ଧର୍ମପରାୟଣା ମହିଳାଙ୍କ ପରଲୋକ

ମୁରିବହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମର ଧର୍ମପରାୟଣା ମହିଳା ତଥା ଅବସରପ୍ରାପ୍ତ ପିଇଓ ଓ ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ବିରାଜ ପୁଟେଲଙ୍କ ଧର୍ମପତ୍ନୀ ହିରାଦେଇ ପୁଟେଲଙ୍କ ୬୬ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ଅନ୍ତିମ ଶଯ୍ୟା ନିକଟରେ ତିନି ପୁଅ ଦୀପ୍ତିରଞ୍ଜନ, ଲଳିତ ମୋହନ, ପୂର୍ଣ୍ଣଚନ୍ଦ୍ର, ତିନି ବୋହୂ ତିନି ଝିଅ ନାତିନାତୁଣୀ, ସମସ୍ତ ପରିବାର, ବନ୍ଧୁବର୍ଗ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସ୍ବର୍ଗତ ହିରାଦେଇ ଜଣେ ଧର୍ମ ପରାୟଣା ଓ ଆଧ୍ୟାତ୍ମିକା ମହିଳା ରୂପେ ଅଞ୍ଚଳରେ ସୁପରିଚିତ ଥିଲେ । ତାଙ୍କ ପରଲୋକରେ ବାଙ୍କେଲ ଗ୍ରାମ ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବଡ଼ ପୁଅ ଦୀପ୍ତିରଞ୍ଜନ ପୁଟେଲ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!