ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ନୂତନ ତହସିଲଦାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ମୁରିବାହାଲ ତହସିଲରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ଆୟୁବ ମଣ୍ଡଳଙ୍କୁ ଗୁରୁବାର ସୌଜନ୍ୟମୂଳକ ସାକ୍ଷାତ କରାଯାଇଥିଲା । ଏହି ଅବସରରେ ବିକାଶ ମଞ୍ଚର ଏକ ସ୍ଥାୟୀ କୋଠା ନିର୍ମାଣ ପାଇଁ ଜମି ଯୋଗାଇଦେବା ତଥା ମଞ୍ଚ ପକ୍ଷରୁ କରାଯାଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟ ଓ ବ୍ଲକ ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ବିଭିନ୍ନ ବିଷୟ ନେଇ ମଞ୍ଚ କର୍ମକର୍ତ୍ତା ତହସିଲଦାରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ମୁରିବାହାଲ ବିକାଶ ମଞ୍ଚ ସଭାପତି ଫାଲଗୁନୀ ହାତୀ ଓ ସମ୍ପାଦକ ଥବୀର ସାଙ୍କ ନେତୃତ୍ୱରେ ସହସମ୍ପାଦକ ମଦନ ଥାଟି, କୋଷାଧ୍ୟକ୍ଷ ହରିଦାସ ତାଣ୍ଡି, ଅଶୋକ ପଧାନ, ଦୁର୍ଯ୍ୟୋଧନ ନାଗ, ଦ୍ବାରୀ ତାଣ୍ଡି, ମନୁ ହଂସ, ପିଙ୍କୁ ବାଗ, ଜିତେନ ହାତୀ, ବଜରଂଗ ଷାଣ୍ଢ, ସୁରେଶ ସାହୁ, ରାଧାକାନ୍ତ ବଘାର ଓ ଯେମନ୍ତ ଭୋଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।

Leave A Reply

Your email address will not be published.

error: Content is protected !!