csstore

ବିଶ୍ୱ ମିତବ୍ୟୟିତା ଦିବସରେ ସଞ୍ଚୟ ରଥକୁ ସ୍ୱାଗତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ସୋମବାର ବିଶ୍ୱ ମିତବ୍ୟୟିତା ଦିବସ-୨୦୨୩ ପାଳିତ ହୋଇଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଜନସାଧାରଣଙ୍କ ସଞ୍ଚୟକୁ ଏକ ଅଭ୍ୟାସରେ ପରିଣତ କରିବା ଏବଂ ଅନାବଶ୍ୟକ ଖର୍ଚ୍ଚକୁ ଯଥା ସମ୍ଭବ କମାଇ ସଞ୍ଚୟ କରିଲେ ଭବିଷ୍ୟତରେ ବ୍ୟକ୍ତିର ଆର୍ଥିକ ଅଭିବୃଦ୍ଧି ଘଟିବା ସହିତ ଜରୁରୀ ସମୟରେ କାମରେ ଆସିବ, ଏହି ବାର୍ତ୍ତା ହିଁ ବିଶ୍ୱ ମିତବ୍ୟୟିତା ଦିବସର ମୂଳ ଉଦ୍ଦେଶ୍ୟ । ଏହି ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଞ୍ଚୟ ରଥ ବାହାରି ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପରିକ୍ରମା କରିଛି । ଏହି ସଚେତନତା ସଞ୍ଚୟ ରଥ ସୋମବାର ଅପରାହ୍ନରେ ଡେଲାଙ୍ଗ ବ୍ଲକ ପରିସରରେ ପହଞ୍ଚିଥିଲା । ସେଠାରେ ବ୍ଲକ ତରଫରୁ ସ୍ୱାଗତ କରାଯାଇଥିଲା ।

jayashree
Leave A Reply

Your email address will not be published.