oom

ବଲାଙ୍ଗିର ଜିଲ୍ଲାର ସଂକିତ୍ତନ୍ୟ ମହାମେଳିର ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଇନ୍ଦିରାନଗର ରାଧାକୃଷ୍ଣ ମନ୍ଦିରର ପ୍ରହରୀ ମଣ୍ଡପଠାରେ ଜିଲ୍ଲା ସଂକିର୍ତନ୍ୟ ମହାମେଳିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ବୈଠକ ଆରମ୍ଭ ହୋଇଥିଲା । ମୁଖ୍ୟ ପ୍ରସଙ୍ଗ ଥିଲା ଜଗନ୍ନାଥ ସଂସ୍କୃତିକୁ ଗ୍ରାମାଂଚଳରେ ପହଞ୍ଚାଇବା ପାଇଁ ଓ ଗାଁରେ ନିଶାମୁକ୍ତ ଅଭିଯାନ କରିବା ପାଇଁ ହରିନାମ ସଂକିର୍ତ୍ତନ୍ୟ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ତଥା ପ୍ରତ୍ୟେକ ସଂକିର୍ତ୍ତନ୍ୟ ଦଳକୁ କଳା ଓ ସଂସ୍କୃତିରେ ପଞ୍ଜିକୃତ କରିବା ପାଇଁ ସିଦ୍ଧାନ୍ତ କରାଗଲା । ଏହି ବୈଠକରେ ପୁଇଁନ୍ତଲା ବ୍ଲକ ସଭାପତି ବନବିହାରି ପଟେଲ, ଜରାସିଂହା ବ୍ଲକ ସଭାପତି ସୁଦାମ ବାଗ, ଲୋଇସିଂହା ସଭାପତି ଉଜଲ ପଟେଲ, ଗୁଡଭେଲା ବିରଞ୍ଚି ମହାପାତ୍ର, ସଇଁନ୍ତଲା ସଭାପତି ଗଦାଧର ଦଣ୍ଡସେନା, ମୁରିବାହାଲ ସଭାପତି ମାର୍କଣ୍ଡ ବାଗ, ପାଟଣାଗଡ ସଭାପତି ନରେନ୍ଦ୍ର ବାରିକ, ବଲାଙ୍ଗିର ସଭାପତି ଚିନ୍ତାମଣି ମହାକୁର, ବଙ୍ଗୋମୁଣ୍ଡା ସଭାପତି ସହଦେବ ପଣ୍ଡା, ତୁରେକେଲା ସଭାପତି ବିଭିଷଣ ପୁଝାରୀ, ଟିଟିଲାଗଡ ସଂପାଦକ ପ୍ରଭଞ୍ଜନ ମାଝି ଉପସ୍ଥିତ ଥିଲେ । ପରିଶେଷରେ ଉପଦେଷ୍ଟା ଭରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ରାଧାକୃଷ୍ଣ ମନ୍ଦିରର କର୍ମକର୍ତ୍ତା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.