ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୋଲିସ ହାଇସ୍କୁଲ ମନୋହରପୁର ବଲାଙ୍ଗିର ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୪ଟି ବ୍ଲକରୁ ୨୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ବର୍ଗରେ ଯଥାକ୍ରମେ ଅଙ୍କିତ ମିଶ୍ର, ଶୃତି ପ୍ରଧାନ ଏବଂ ହିମାଂଶୁ ମେହେର ପ୍ରଥମ, ଦ୍ୱିତୀୟ ଓ ତୃତୀୟ । ସେହିପରି କନିଷ୍ଠ ବର୍ଗରେ ସ୍ୱର୍ଣ୍ଣଆଭା ମିଶ୍ର, ଶୁଭମ ପ୍ରଧାନ, ରାଘବ ଟିକେମାଲିଆ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଅପରାହ୍ନରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ବଲାଙ୍ଗିର ଧୃବ ଚରଣ ବେହେରା ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ରାଜେଶ ମିଶ୍ର ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ଏବଂ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବଚରଣ ତ୍ରିପାଠୀ ଯୋଗ ଦେଇ ବିଜ୍ଞାନର ଆବଶ୍ୟକତା ଉପରେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାମଗୋପାଳ ଖମାରୀ ଶର୍ମା, ଜୟକୃଷ୍ଣ ନାଏକ, ଅନିଲ ନନ୍ଦ, ଅଶ୍ୱିନୀ ଷଡଙ୍ଗୀ, କରୁଣା ସାଏ ଏବଂ ପୋଲିସ ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!