ରାଷ୍ଟ୍ରୀୟ ମିଡିୟା ପେନାଲିଷ୍ଟ ହେଲେ ବଲାଙ୍ଗିରର ଅଙ୍କିତ ସାହୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଛାତ୍ର କଂଗ୍ରେସ ନେତା ପରବର୍ତ୍ତୀ ସମୟରେ ଯୁବ କଂଗ୍ରେସରେ ମଧ୍ୟ ନିଜ ପ୍ରତିଭା ଦ୍ୱାରା ଜାତୀୟ ସ୍ତରରେ ରାଜନୈତିଜ୍ଞମାନଙ୍କର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି । ନିକଟ ସଦ୍ୟ ପ୍ରକାଶିତ ହୋଇଥିବା ସର୍ବ ଭାରତୀୟ ଯୁବ କଂଗ୍ରେସ ଜାତୀୟ ସ୍ତରର ମିଡିଆ ପେନାଲରେ ସେ ନିଜ ନାମ କୁ ସ୍ଥାନୀତ କରିପାରିଛନ୍ତି । ପୂର୍ବରୁ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଥିବା ଅଙ୍କିତ ସାହୁ ନିଜର ବକ୍ତବ୍ୟ ଏବଂ ରାଜନୀତିରେ ରୋକ ଠୋକ ମତ ପ୍ରକାଶ କରି ପାରୁଥିବା ଜଣେ ଛାତ୍ର ନେତା ଭାବରେ କେବଳ ବଲାଙ୍ଗିର ଜିଲ୍ଲାରେ ନୁହେଁ ରାଜ୍ୟ ଏବଂ ଜାତୀୟ ସ୍ତରରେ ମଧ୍ୟ ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଛାତ୍ର ଜୀବନରେ ସେ ପ୍ରମୁଖ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ଆୟୁର୍ବେଦିକ କଲେଜ, ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର, ବିଇଡି କଲେଜ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଥିବା ଛାତ୍ର ସମସ୍ୟାକୁ ନେଇ ରାଜ୍ୟସ୍ତରରେ ଏଠାକାର ସମସ୍ୟାକୁ ନେଇ ଉଜାଗର କରି ଛାତ୍ର ରାଜନୀତିରେ ସେ ନିଜ ଦବ୍‌ଦବା ରଖିଥିଲେ । ପରବର୍ତ୍ତୀ ସମୟରେ ଯେତେବେଳେ ୟୁଙ୍ଗ୍‌ ଇଣ୍ଡିଆ କେ ବୋଲର ତୃତୀୟ ସଂସ୍କରଣ ହୋଇଥିଲା ସେଠାରେ ସେ ବେକାରୀ ସମସ୍ୟା ଶିର୍ଷକ ବିଷୟ ବସ୍ତୁକୁ ନେଇ ସେ ରାଜ୍ୟରେ ଅନେକ ଯୁବନେତାଙ୍କ ମଧ୍ୟରୁ ପ୍ରଥମ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ତାଙ୍କର ବକ୍ତବ୍ୟ ରଖିବା କ୍ଷମତା, ରାଜନୀତିରେ ଥିବା ଛାତ୍ର ସମସ୍ୟା, ବିଭିନ୍ନ କଲେଜ ବିଶ୍ୱ ବିଦ୍ୟାଳୟମାନଙ୍କରେ ଛାତ୍ରମାନେ ସମ୍ମୁଖୀନ ହେଉଥିବାକୁ ନେଇଥିବା ରାଜନୈତିକ ଜ୍ଞାନ ଏ ସବୁକୁ ନେଇ ସେ ନିଜର ପରିଚୟ ଜାତୀୟ ସ୍ତରରେ ମଧ୍ୟ ପ୍ରତିଷ୍ଠା କରିପାରିଥିଲେ । ସେ ସର୍ବଭାରତୀୟ ଯୁବ କଂଗ୍ରେସ ଇଣ୍ଡିଆ ପେନାଲିଷ୍ଟରେ ତାଙ୍କ ନାମ ସ୍ଥାନୀୟ ହେବା ସହ ତାଙ୍କୁ ଛତିଶଗଡର ରାଜ୍ୟ ସହ ପ୍ରଭାରୀ ଭାବରେ ମନୋନୀତ ହୋଇଛନ୍ତି । ଏଥିପାଇଁ ଶ୍ରୀ ସାହୁ ଅଖିଳ ଭାରତୀୟ କଂଗ୍ରେସ କମିଟି ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି, ପ୍ରଭାରୀ କୃଷ୍ଣା ଅଲ୍ଲାବାରୁ, ବଲାଙ୍ଗିର ବିଧାୟକ ନିରସିଂହ ମିଶ୍ର, ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ଏବଂ ରାଷ୍ଟ୍ରୀୟ ମିଡିଆ ପେନାଲିଷ୍ଟ ଅମନ ଦୁବେଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଗାମୀ ଦିନରେ ସେ କେବଳ ଜିଲ୍ଲା ନୁହେଁ ରାଜ୍ୟ ଏବଂ ଜାତୀୟ ସ୍ତରରେ ଯୁବକମାନେ ହେଉଥିବା ବିଭିନ୍ନ ସମସ୍ୟାକୁ ନେଇ ସେ ନିଶ୍ଚିତ ଭାବରେ ଲଢେଇ ଜାରି ରଖିବେ ।

Leave A Reply

Your email address will not be published.

error: Content is protected !!