csstore

ରେଡକ୍ରସ ସ୍ୱେଚ୍ଛାସେବୀମାନଙ୍କ ପ୍ରଶିକ୍ଷଣ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ୍ ୟୁନିଟ୍ ଆନୁକୂଲ୍ୟରେ ନୂତନ ରେଡକ୍ରସ୍ ସ୍ୱେଛାସେବୀମାନଙ୍କ ପାଇଁ ଏକ ଦିବସୀୟ ପ୍ରବେଶ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହେବା ସହିତ ଚଳିତ ନଭେମ୍ବର ୧୮-୨୦ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ରେଡକ୍ରସ୍ ସ୍ୱେଛାସେବୀ ମାନଙ୍କ ପ୍ରଶିକ୍ଷଣ କର୍ମଶାଳ ପାଇଁ ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ଐତିହ୍ୟ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ପୁରୀ ଜିଲ୍ଲା ରେଡକ୍ରସ୍ ସଂଯୋଜକ ରବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଯୁଧିଷ୍ଠିର ଘଟୁଆରି, ଅଧ୍ୟାପିକା ପ୍ରମୋଦିନୀ ମହାପାତ୍ର, ପୁରୀ ଜିଲ୍ଲା ରେଡକ୍ରସ୍ କାର୍ଯ୍ୟକାରିଣୀର ସଦସ୍ୟ କମଳ କୁମାର ଦାଶ, ଇତିଶ୍ରୀ ସୁନ୍ଦରାୟ ପ୍ରମୂଖ ଯୋଗଦାନ କରିଥିବା ବେଳେ ମହାବିଦ୍ୟାଳୟର ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟ କର୍ମଚାରୀ ମାନଙ୍କ ମଧ୍ୟରେ ଅଧ୍ୟାପିକା କବିତା ମିଶ୍ର, ଭବାନୀ ପ୍ରିୟଦର୍ଶିନୀ ମହାନ୍ତି, ଦିପ୍ତି ନାୟକ ଓ ସହାୟକ ଗ୍ରନ୍ଥାଗାରିକ ଦାଶରଥି ବଳବନ୍ତରାୟ ପ୍ରମୂଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରଥିଲେ । ମହାବିଦ୍ୟାଳୟର ୫୦ ଜଣ ରେଡକ୍ରସ୍ ସ୍ୱେଛାସେବୀଙ୍କୁ ରେଡକ୍ରସର ଇତିହାସ, ସମାଜ ପରିବର୍ତ୍ତନ ଦିଗରେ ସ୍ୱେଛାସେବୀ ମାନଙ୍କର ଅବଦାନ ଓ ମୌଳିକ ପ୍ରାଥମିକ ଉପଚାରର କୌଶଳ ଓ ଉପକାରିତା ବିଷୟରେ ପ୍ରଶିକ୍ଷକ ତଥା ଜିଲ୍ଲା ସଂଯୋଜକ ଶ୍ରୀ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଓ ପରିଶେଷରେ ଅଧ୍ୟାପକ ଲକ୍ଷ୍ମୀଧର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.