csstore

ସହଯୋଗ ଫାଉଣ୍ଡେସନ୍‌ ଅନୁକୂଲ୍ୟରେ ନିଶୁଳ୍କ ଆୟୁର୍ବେଦିକ ଚିକିତ୍ସା ଏବଂ ଔଷଧ ବଣ୍ଟନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ରବିବାର ୫ ତାରିଖ ସହଯୋଗ ଫାଉଣ୍ଡେସନ୍‌ ଅନୁକୂଲ୍ୟରେ ନିଶୁଳ୍କ ଆୟୁର୍ବେଦିକ ଚିକିତ୍ସା ଏବଂ ଔଷଧ ବଣ୍ଟନ ଶିବିର କଂସାରୀପଡା ଆର୍‌ଏମ୍‌ସି ଅଫିସ କ୍ୟାମ୍ପସ ମଧ୍ୟରେ ଦିବା ୯ ରୁ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଶିବିରରେ ଆୟୁର୍ବେଦିକ ଡାକ୍ତର ମାନଙ୍କ ଦ୍ୱାରା ବାତ ଜନିତ ସମସ୍ୟା, ପାରାଲେସିସ, ନ୍ୟୁରୋ ସମସ୍ୟା, ଲିଭର୍‌, ପେଟ ଜନିତ ସମସ୍ୟା, ପାଇଲ୍ସ, ସ୍ତ୍ରୀ ରୋଗ, ଅନିୟମିତ ଋତୁ ସ୍ରାବ, ପେଟ ବ୍ୟଥା, ଅଣ୍ଟା ବ୍ୟଥା, ଶିଶୁମାନଙ୍କ ସ୍ମରଣ ଶକ୍ତି ଜନିତ, ହଜମ ଜନିତ, ବାରମ୍ବାର ଶରୀର ଖରାପ ହେବା ଏବଂ ଅନ୍ୟାନ୍ୟ ଚିକିତ୍ସା ସାଙ୍ଗରେ ନିଶୁଳ୍କ ଔଷଧ ବଣ୍ଟନ କରାଯିବ ବୋଲି ସହଯୋଗ ଫାଉଣ୍ଡେସନ୍‌ର କାର୍ଯ୍ୟକ୍ରମ ସଂଯୋଜକ ଲୀଳାମୟ ସାହୁ ଏବଂ ସୁଶାନ୍ତ ପାତ୍ର ସୂଚନା ଦେଇଛନ୍ତି । ସମ୍ପାଦିକା ପିଙ୍କି ମୋଦି କହିଛନ୍ତି, ଏହିପରି ମହତ କାର୍ଯ୍ୟରେ ବଲାଙ୍ଗିର ତଥା ଆଖପାଖ ଲୋକ ଉପକୃତ ହେବେ ବୋଲି ସେ ଆଶା କରିଛନ୍ତି ।

jayashree
Leave A Reply

Your email address will not be published.