oom

ବଲାଙ୍ଗିର ଜିଲ୍ଲା ଅଘରିଆ ଭବନର ଉନ୍ନତି କରଣ ପାଇଁ ୧୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ଯୋଜନାରୁ ଆସିଲା ଅନୁଦାନ

jsmm

ବଲାଙ୍ଗିର, (ଦେବାଶିସ ମିଶ୍ର) : ବଲାଙ୍ଗିର ଜିଲ୍ଲା କନ୍ଧପାଲି ସ୍ଥିତ ଅଘରିଆ ଭବନର ଉନ୍ନତି କରଣ ଓ ମରାମତି ପାଇଁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଯୋଜନାରୁ ଓଡ଼ିଶା ଗୃହ ନିର୍ମାଣ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଓ ପୌରଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ଉଦ୍ୟମରେ ୧୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରି ତାହାର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଛି । ବଲାଙ୍ଗିର ଜିଲ୍ଲା ଅଘରିଆ ସମାଜ ବାଜା ରୋଷଣୀ ସହ ହଜାର ସଂଖ୍ୟାରେ ସମାଜର ଜାତି ଭାଇ ଓ ଭଉଣୀ ଯୋଗଦେଇ ଥିଲେ । ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ସାଂସଦ ତଥା ବର୍ତ୍ତମାନର ଓଡ଼ିଶା ଗୃହ ନିର୍ମାଣ ବିଭାଗର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ୨ନ. ୱାର୍ଡର କାଉନସିଲର ସୁଶ୍ରୀ ସରିତା ଦାସ ଓ ଯୁବନେତା ଅର୍କେଶ୍ ନାରାୟଣ ସିଂହଦେଓ । ସଭାକୁ ପରିଚାଳନା କରିଥିଲେ ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ । ସଭାରେ ଉପଦେଷ୍ଟା ମଣ୍ଡଳୀ, କେନ୍ଦ୍ର କର୍ମକର୍ତ୍ତା, ୪ମଣ୍ଡଳ ସଭାପତି ଓ କର୍ମକର୍ତ୍ତା, ୧୮ଗୁଡ଼ି ସଭାପତି ଓ କର୍ମକର୍ତ୍ତା, କୃଷକ ମଞ୍ଚ, ଯୁବା ମଞ୍ଚ, ମହିଳା ମଞ୍ଚ, ପୁସ୍ତକ କମିଟି, ଶିକ୍ଷା କମିଟି, ଗୃହ ନିର୍ମାଣ କମିଟି ସମେତ ଗ୍ରାମ୍ୟ କମିଟିର ଅନେକ କର୍ମକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଆଗାମୀ ଦିନରେ ସମାଜର ଉନ୍ନତିରେ ସହଯୋଗ କରିବେ ବୋଲି ଅତିଥି ବୃନ୍ଦ ପ୍ରତିଶ୍ରୁତି ଦେବା ସହ ଭବନରେ ଲାଇବ୍ରେରୀ ବ୍ୟବସ୍ଥା କରାଯାଇ କମ୍ପୁଟର ଯୋଗାଇ ଦେବାକୁ କହିଥିଲେ । ଅଘରିଆ ସମାଜ ଏକ ଶୃଙ୍ଖଳିତ ସମାଜ ତେଣୁ ସମସ୍ତଙ୍କ ଶୁଭମନାସୀ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା ।

jittmm
Leave A Reply

Your email address will not be published.