ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସିଭିଲ୍ କୋର୍ଟ ପରିସରରେ ସିଭିଲ୍ ଜଜ୍ (ଜୁନିୟର ଡ଼ିଭିଜନ୍)ଙ୍କ ପେପରଲେସ୍ କୋର୍ଟ ଉଦ୍ଘାଟିତ ହୋଇଛି । ଆଭାସୀ ମାଧ୍ୟମରେ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରି ମୁଖ୍ୟ ବିଚାରପତି ଡ଼. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଏହାର ଲୋକାର୍ପଣ କରିଥିଲେ । ସେହିପରି ସିଭିଲ କୋର୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରା ଜଜ୍ ଲଲାଟେନ୍ଦୁ ଜେନା, ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ସିଭିଲ କୋର୍ଟ ରେଜିଷ୍ଟ୍ରର ଚରଣଜିତ ଓରାମ, ସିଭିଲ ଜଜ୍ ସୁମିତ ରଞ୍ଜନ ପାଣିଗ୍ରାହୀ ଓ ଅନ୍ୟ ବିଚାରପତି ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଯେ ଓଡ଼ିଶାର ୨୫ଟି ଜିଲ୍ଲାର ୫୦ଟି କୋର୍ଟକୁ ପେପରଲେସ୍ କରାଯାଇଛି । ଏହା ସହିତ ବଲାଙ୍ଗିର ନ୍ୟାୟାଳୟର ୪ଟି କୋର୍ଟକୁ ପେପରଲେସ୍ କରାଗଲା । ପୂର୍ବରୁ ଦୌରା ଜଜ୍ଙ୍କ କୋର୍ଟ, ସିନିୟର ସିଭିଲ୍ ଜଜ୍ ଏବଂ ସ୍ପେଶାଲ୍ ଜଜ୍ ଭିଜିଲାନସ୍ କୋର୍ଟକୁ ପେପରଲେସ୍ କରାଯାଇଥିଲା । ସିଷ୍ଟମ ଅଫିସର ଅନୀଲ ଦାସ, ସିଷ୍ଟମ ଆସିଷ୍ଟାଣ୍ଟ ହିମାଂଶୁ ରାୟ, କୋର୍ଟ ମ୍ୟାନେଜର ସୁମନ ଆଚାର୍ଯ୍ୟ, ଡେ଼ପୁଟି ଆଡ଼ମିନିଷ୍ଟ୍ରେଟର ଶୁଭ୍ରାଂଶୁ ବାଗ, ଆସିଷ୍ଟାଣ୍ଟ ଆଡ଼୍ ମିନିଷ୍ଟ୍ରେଟର ସୁବ୍ରତ କୁମାର ମିଶ୍ର ଓ ସୁଜିତ୍ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।