csstore

ନିଶୁଳ୍କ ବୃହତ୍ ସ୍ୱାସ୍ଥ୍ୟ ଶିବିରର ଆନୁଷ୍ଠାନିକ ଉଦ୍‌ଘାଟନ କଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ସ୍ଥିତ ଡାଇମଣ୍ଡ ଟ୍ୟାଙ୍କ ନିକଟସ୍ଥ ବୀରବ୍ରହ୍ମେନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ “ସନ୍ ଆଣ୍ଡ ନିଲ୍ ଫାଉଣ୍ଡେସନ” ସାମାଜିକ ଅନୁଷ୍ଠାନ ତରଫରୁ ଆୟୋଜିତ ଚକ୍ଷୁ ଚିକିତ୍ସା ତଥା ଆବଶ୍ୟକୀୟ ଅସ୍ତ୍ରୋପଚାର, ରକ୍ତ ଶର୍କରା ପରୀକ୍ଷା ତଥା ବହୁ ଅସ୍ଥିଜଡ଼ିତ ରୋଗର ଲକ୍ଷଣ ନିର୍ଦ୍ଧାରଣ ନିମନ୍ତେ ଏକ “ନିଶୁଳ୍କ ବୃହତ୍ ସ୍ୱାସ୍ଥ୍ୟ ଶିବିର”ର ଆୟୋଜନ ହୋଇଥିଲା । ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟୀ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଓ ସ୍ଥାନୀୟ କର୍ପୋରେଟର ଏବଂ ବହୁଗଣ୍ୟ ମାନ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହାକୁ ବିଧାୟକ ବିକ୍ରମ ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଏବଂ ରୋଗୀମାନଙ୍କ ସହ ମିଳାମିଶା ହୋଇ ରୋଗୀଙ୍କ ମୋନବଳକୁ ସୁଦୃଢ଼ କରିଥିଲେ । ଏପରି ଏକ ମହତ୍ ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମର ଆୟୋଜନ କରୁଥିବାରୁ ଆୟୋଜକ, ଉଦ୍ୟକ୍ତାଙ୍କୁ, ଅନୁଷ୍ଠାନର ସଦସ୍ୟ, ସଦସ୍ୟା, ସ୍ଥାନୀୟ ନେତୃବୃନ୍ଦ, ସାମାଜସେବୀ ସର୍ବୋପରି ଚିକିତ୍ସକ ମାନଙ୍କୁ ସାଧୁବାଦ ଜଣାଇ ସେମାନଙ୍କର ଭୂୟସୀ ପ୍ରଶଂସା କରି ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.