ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟିର ଉପକାରାଗାର ପରିଦର୍ଶନ

ସୋନପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ୱାରା ମନୋନୀତ ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୋନପୁର ଉପକାରାଗାର ପରିଦର୍ଶନ କରାଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କୁମୁଦିନୀ ମୁଦୁଳୀଙ୍କ ତତ୍ତ୍ୱାବଧାନରେ କମିଟତର ସଦସ୍ୟ ପ୍ରଫେସର୍‌ ନିଳାମ୍ବର ଶତପଥି, ଅବକାଶ ମିଶ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରି କେଶବଚନ୍ଦ୍ର ମେହେର ପ୍ରମୁଖ ଏହି ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ କମିଟି ପକ୍ଷରୁ ଉପକାରାଗାରରେ ଅନ୍ତୋବାସୀଙ୍କ ସହ ବିଭିନ୍ନ ବିଷୟ ଆଲୋଚନା କରିଥିଲେ । ଉପକାରାଗାରରେ ଆଇନ ସହ ଦ୍ୱନ୍ଦ୍ୱରେ ଥିବା କୌଣସି ଶିଶୁ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ଏହି ପରିଦର୍ଶନରେ ଉପକାରାଗାର ଅଧ୍ୟକ୍ଷ ଡ଼ିଳେଶ୍ୱର ଜେନା ସହଯୋଗ କରିଥିଲେ ।

Leave A Reply

Your email address will not be published.