ନୀଲମ ଫାଉଣ୍ଡେସନର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନର କର୍ମକର୍ତ୍ତା ମାନେ ଗଜଲକ୍ଷ୍ମୀ ପୂଜା ଅବସରରେ ଭଞ୍ଜଭବନ ନିକଟ ଥିବା ବସ୍ତିରେ କିଛି ଅସହାୟ ଲୋକମାନଙ୍କୁ ବସ୍ତ୍ର ପ୍ରଦାନ କରିଥିଲେ । ନୀଲମ ଫାଉଣ୍ଡେସନର ସଭାପତି ପ୍ରତିମା ସାହୁ, ଉପସଭାପତି ସୁଶ୍ରୀ ଗ୍ରେସି ଡେଭିଡଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟଟି ସମ୍ପର୍ନ୍ନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନୀଲମ ଫାଉଣ୍ଡେସନର ସଭାପତି ଶ୍ରୀମତୀ ସାହୁ, ମିନାକ୍ଷୀ ପାଢ଼ୀ, ବିଜୟ ସୁନ୍ଦର ରାୟ, ସତ୍ୟଭାନୁ, ଅଭିଳାଷ ରାଉତ, କାହ୍ନା, ଗ୍ରେସୀ ଡେଭିଡ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବସ୍ତିର ବାସିନ୍ଦା ମାନେ ଏହାର ସୁବିଧା ନେଇଥିଲେ ।

Leave A Reply

Your email address will not be published.