ଶହୀଦ ପୋଲିସ ଯବାନଙ୍କ ସ୍ମୃତିରେ ପୋଲିସ ବ୍ୟାଣ୍ଡପାର୍ଟି ପକ୍ଷରୁ ଘୋଷ-ବାଦ୍ୟ ପରିବେଷଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ପୋଲିସ ପତାକା ଦିବସ ପାଳନ ଅବସରରେ ଶହୀଦ ପୋଲିସ ଯବାନଙ୍କ ସ୍ମରଣାର୍ଥେ ଦେଶାତ୍ମକ ଭାବନା ଜାଗୃତି ସୃଷ୍ଟି କରିବା ନେଇ ଛତ୍ରପୁର ଲୱେୟାର ବସଷ୍ଟାଣ୍ଡ ପରିସରରେ ଗଞ୍ଜାମ ପୋଲିସ ବାହିନୀର ବାଦ୍ୟ-ବଜୟନ୍ତରୀ ବ୍ୟାଣ୍ଡପାର୍ଟି ଦଳ ପକ୍ଷରୁ ସଙ୍ଗୀତସ୍ୱର, ବାଦ୍ୟଧ୍ୱନି ପରିବେଷଣ ହୋଇଥିଲା । ଏଥିରେ ସ୍ଥାନୀୟ ଅଷ୍ଟମ ବାଟାଲିୟନ ଏବଂ ଗଞ୍ଜାମ ପୋଲିସ ବାହିନୀର ବ୍ୟାଣ୍ଡପାର୍ଟି ଦଳ ଅଂଶଗ୍ରହଣ କରି ଶହୀଦ ପୋଲିସଙ୍କ ସ୍ମୃତିଚାରଣ ସହ ଗଭୀରଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.