csstore

ପୁରୁଷୋତ୍ତମପୁର ଟାଏକୋଣ୍ଡୋ ଏକାଡେମୀର ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନଡୋର ହଲରେ ଆୟୋଜିତ ଗଞ୍ଜାମ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ରନର୍ସ ଅପ ହୋଇଥିବା ପୁରୁଷୋତ୍ତମପୁର ଟାଏକୋଣ୍ଡୋ ଏକାଡେମୀର ପ୍ରଶିକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏକାଡେମୀ ପକ୍ଷରୁ ପୁରୁଷୋତ୍ତମପୁରର ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ପଡିଆରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୂଖ୍ୟଅତିଥି ଭାବେ ଯୋଗଦେଇ କୃତି ପ୍ରଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରଘୁନାଥ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ଏନ୍‌ଏସିର ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ, ଗଞ୍ଜାମ ଜିଲ୍ଲା ଟାଏକୋଣ୍ତୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି, ଏକାଡେମୀର କୋଚ ଇ. ଲଳିତ କୁମାର, ବଡମାଧପୁର ଟାଏକୋଣ୍ଡୋ ଏକାଡେମୀର ଏସ. ଯୁଧିଷ୍ଠିର ରେଡ୍ଡୀ, ଦିଗପହଣ୍ଡି ଏକାଡେମୀର କୋଚ ବାସୁ ନାୟକ, ବ୍ରହ୍ମପୁର ଏକାଡେମୀର କୋଚ ଜନୋଜ ମହାରଣା ଅତିଥି ଭାବେ ମଞ୍ଚାସୀନ ଥିଲେ । ପୁରୁଷୋତ୍ତମପୁର ଏକାଡେମୀର ସଭାପତି ଗଜାନନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.