csstore

ମାହେଶ୍ୱରୀ ସଦର ବ୍ଲକର ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣାଶୁଣା ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ପକ୍ଷରୁ ସ୍ଥାନୀୟ ପି ପି ଏକାଡେମୀ ଠାରେ ବଲାଙ୍ଗିର ବ୍ଲକ ଅଧୀନରେ ଥିବା ପଞ୍ଚାୟତ ମାହେଶ୍ୱରୀର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ସ୍ତରରେ କିଭଳି ଭାବେ ଲୋକେ ଉପକୃତ ହେବେ ସେ ଦିଗରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଙ୍କୁଶ କୁମାର ପାଣ୍ଡିଆ ଆଲୋଚନା କରିଥିଲେ । ଗ୍ରାମାଞ୍ଚଳରେ ଲୋକେ ଶିକ୍ଷିତ ହେବା ସହ ପଛଘୁଞ୍ଚା ନ ଦେଇ ବିଭିନ୍ନ ସମଶ୍ୟା ଉପରେ କିଭଳି ସମାଧାନ କରିବେ ସେ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏବଂ ମହିଳା ସଶକ୍ତି କରଣ ପାଇଁ ପ୍ରତି ପଞ୍ଚାୟତରେ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ସହିତ ଚାଷୀ ମାନଙ୍କ ସମଶ୍ୟା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ଏବଂ ଏହି ବୈଠକରେ ସଦର ବ୍ଲକର କୁଡ଼ାସିଂହା, ଶିଖାଛିଡା, ବିଡ଼ିଘାଟ, ମିର୍ଧାପାଲି, କୁଟୁମଡୋଳା ପଞ୍ଚାୟତର ସଂଯୋଜକ ଏବଂ ସହ ସଂଯୋଜକ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏ ସବୁ କାର୍ଯ୍ୟକ୍ରମ କିଭଳି ଭାବରେ କାର୍ଯ୍ୟକାରୀ ହେବ ସମସ୍ତେ ନିଜର ମତାମତ ରଖିଥିଲେ । ବୈଠକରେ ଉପସ୍ଥିତ ଥିଲେ ମାହେଶ୍ୱରୀର ସଭାପତି ଶୋଭନ କୁମାର ଅଗ୍ରୱାଲ, ସଭ୍ୟ ଅପ୍ରମିତ ପରିଛା, ଜତୀନ୍ଦ୍ର କୁମାର ସାହୁ, ଦେବାଶିଷ ପାଣ୍ଡିଆ, ରାଜବାଲୁକେଶ୍ୱର ନନ୍ଦ, ମୁନ୍ନା ଧରୁଆ, ମନୋଜ ଝାଙ୍କର, ଲୋକନାଥ ପ୍ରଧାନ, ରମାକାନ୍ତ ସାହୁ, ଦୀପକ ଅଦାବରିଆ, ଦେବରାଜ ନାଏକ, ଏବଂ ଆନନ୍ଦ ସିଂ

jayashree
Leave A Reply

Your email address will not be published.