ଇଣ୍ଡିଆନ୍ ଆଇଡଲ୍ ଗୋଲ୍ଡେନ ଟିକେଟ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପୌର ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଣ୍ଡିଆନ୍ ଆଇଡଲ୍ ଗୋଲ୍ଡେନ ଟିକେଟ ବିଜେତା ବଲାଙ୍ଗିର ମାଟିର ପୁଅ ଅଜୟ ଅମର ସିଂ ଦେଓ ବୋଲି ଖବର ଆସିଲା ପରେ ସାରା ବଲାଙ୍ଗିର ମାଟିରେ ଖୁସିର ଲହରୀ ଖେଳିଯାଇଥିଲା । ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଅଜୟ ଅମର ସିଂ ଦେଓ ନିଜର ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ଇଣ୍ଡିଆନ୍ ଆଇଡଲ୍ କୁ ଯାଇ ଗୋଲ୍ଡେନ ଟିକେଟ ଜିତି ପାରିଛନ୍ତି । ଏଥିପାଇଁ ଅଜୟଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଯାଉଥିବା ବେଳେ ଆଜି ନିଜେ ବଲାଙ୍ଗିର ପୌର ପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଅଜୟ ଅମାରଙ୍କ ଘରକୁ ଯାଇ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.