ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା ସମରିଟାନ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା ସମିତିର ଏକ ବୈଠକ ଅନୁଷ୍ଠିତ ହେଲା । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷିକ, ବଲାଙ୍ଗିର, ଉପ ଜିଲ୍ଲାପାଳ ବଲାଙ୍ଗିର/ ଟିଟିଲାଗଡ, ଆଂଚଳିକ ପରିବହନ ଅଧିକାରୀ, ବଲାଙ୍ଗିରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସବୁ ଉପସ୍ଥିତ ଥିଲେ । ବୈଠକର ପ୍ରାରମ୍ଭରେ କିଛି ବ୍ୟକ୍ତି ବିଶେଷ ମାନଂକୁ ”ଗୁଡ଼୍‌ ସମରିତାନ୍‌ ” ପୁରସ୍କାର ବିତରଣ କରାଗଲା ଯେଉଁ ମାନେ କି ବିଭିନ୍ନ ସମୟରେ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଇ ଆହତ ବ୍ୟକ୍ତିଙ୍କ ଜୀବନ ରକ୍ଷା ପାଇଁ ଏକ ଉତ୍ତମ ମାନବିକତାର ପରିଚୟ ଦେଇଥିଲେ । ପୁରସ୍କାର ପାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଥିଲେ ଶ୍ରୀଧର ବାରିକ, ମଧୁସୂଦନ ଦଳବେହେରା, ବିଘ୍ନରାଜ କୁମ୍ଭାର, ଦେବାଶିଷ ଖମାରି, ରାମ ନାରାୟଣ ଦାସ, ପ୍ରଭାକର ଛାନ୍ଦ, ସୁମନ କୁମାର ନନ୍ଦ, ବିରଂଚି ନାରାୟଣ ଦାଶ ଓ କାଲକୁଲେଟର ରଥ । ଜିଲ୍ଲାପାଳ ମହୋଦୟ ସମସ୍ତ ” ଗୁଡ଼୍‌ ସମରିତାନ୍‌ ” ପୁରସ୍କାର ପାଇଥିବା ବ୍ୟକ୍ତି ବିଶେଷ ମାନଂକୁ ତାଙ୍କର ମହତ କାର୍ୟ୍ୟ ପାଇଁ ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଜନସାଧାରଣ କେମିତି ” ଗୁଡ଼୍‌ ସମରିତାନ୍‌ ” ନୀତି ବିଷୟରେ ଅଧିକ ସଚେତନ ହୋଇ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଭଳି ମହତ କାର୍ୟ୍ୟରେ ଅଧିକରୁ ଅଧିକ ଯୋଗଦାନ କରିବେ ସେ ଉପରେ ଗରୁତ୍ଵ ଦେଇଥିଲେ । ତତ୍‌ ସହିତ ବଲାଙ୍ଗିର ଜିଲ୍ଲାରେ କିଭଳି ଭାବେ ସଡକ ଦୁର୍ଘଟଣା ରୋକା ଯାଇ ପାରିବ, ଜିଲ୍ଲା ମଧ୍ୟ ଦେଇ ଯାଇ ଥିବା ଜାତୀୟ ରାଜପଥ ଓ ରାଜ୍ୟ ସଡକ ପଥରେ କିଭଳି ଭାବେ ନିରବଚ୍ଛିନ୍ନ ଟ୍ରାଫିକ୍ ପ୍ରବାହ ସୁଚାରୁ ରୂପେ ହେବ ତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । । ରାସ୍ତାର ଉଭୟ ପାର୍ଶ୍ଵରୁ ଅନାତ୍ତ୍ଵିକୃତ ମୋଟରଯାନ ପାକିଂ ଓ ଅନାଧ୍ଵକୃତ ଉଠା ବିକାଳୀଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ପାଇଁ ସମସ୍ତ ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପୋଲିସ ପ୍ରସାଶନ ଓ ଜିଲ୍ଲା ପରିବହନ ବିଭାଗକୁ ନିର୍ଦେଶ ଦେଇ ଥିଲେ ଯାହା ଦ୍ୱାରା କି ସାଧାରଣ ଜନତା ଦୈନନ୍ଦିନ ଜୀବନରେ ସୁଚାରୁ ରୂପେ ଯାତାୟାତ କରିପାରିବା ସହିତ ବାଧାପ୍ରାପ୍ତ ଟ୍ରାଫିକ ସମସ୍ୟା ଯୋଗୁଁ ହେଉଥିବା ସଡ଼କ ଦୁର୍ଘଟଣାକୁ ମଧ୍ୟ ରୋକା ଯାଇ ପାରିବ । ଶେଷରେ ଆଂଚଳିକ ପରିବହନ ଅଧିକାରୀ, ବଲାଙ୍ଗିର ସମସ୍ତ ଉପସ୍ଥିତ ସଦସ୍ୟ ମାନଂକୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.