ଚନ୍ଦନଭାଟି ଗାଁରେ ରାବଣ ଦରବାର ସହ ରାବଣ ପୋଡ଼ି ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଚନ୍ଦନଭାଟି ଗାଁରେ ରାବଣ ଦରବାର ସହ ରାବଣ ପୋଡ଼ି ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଚନ୍ଦନଭାଟି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ସଙ୍ଗୀତା ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପଞ୍ଚାୟତ ସମିତିର ପୂର୍ବତନ ଚେଆର୍‌ମେନ୍‌ ସୁଶାନ୍ତ କୁମାର ପାଣିଗ୍ରାହୀ ଯୋଗଦାନ କରିଥିଲେ । ଚନ୍ଦନଭାଟିର ବରିଷ୍ଠ ନାଗରିକ କପିଳେଶ୍ୱର ପାଣିଗ୍ରାହୀ, ସଂକୀର୍ତ୍ତନ ମେହେର, ନରେନ୍ଦ୍ର ମେହେର, ଅମ୍ବରିଶ ପଧାନ, ବିଜୟ ମେହେର, ଶ୍ରବଣ ଖମାରୀ, ରମେଶ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.