oom

ଅତିରିକ୍ତ ଜିଲ୍ଲାପାଳଙ୍କ ବୁଥ୍ ପରିଦର୍ଶନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ସ୍ବରୂପ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଲଲାଟ କୁମାର ଲୁହା ଗାଇସିଲେଟ ବ୍ଲକ୍ କଟାବାହାଲ ଗ୍ରାମ ପଞ୍ଚାୟତର ଡଙ୍ଗରମୁଣ୍ଡା ବୁଥ୍ ପରିଦର୍ଶନ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତିକୁ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ସଂପାଦନ କରୁଛି ଏବଂ ପ୍ରସ୍ତାବିତ ନୂତନ ଭାବରେ ହେବାର ଥିବା ଡଙ୍ଗରମୁଣ୍ଡା ଗ୍ରାମର ବୁଥକୁ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଗସ୍ତ କରି ସେଠାକାର ସୁରକ୍ଷା ବ୍ୟବସ୍ଥା, ପାଚେରୀ, ପିଇବା ପାଣି, ଲୋକ ଧାଡ଼ିବାନ୍ଧିବା ପାଇଁ ସ୍ଥାନ, ଛାଇର ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ପରଖି ଦେଖିଛନ୍ତି ଏବଂ ସନ୍ତୋଷ ପ୍ରକାଶ କରିଛନ୍ତି । ଉକ୍ତ ଗ୍ରାମବାସୀ ଭୋଟ ଦେବା ପାଇଁ ଯାଉଥିବା ପ୍ରାୟ ୬ କି.ମି. ରାସ୍ତା ଥିବା ସେମେଲମୁଣ୍ଡା ଗ୍ରାମକୁ ନିଜ ଗାଡ଼ିରେ ଯାଇ ଦୂରତା ପରଖିଥିଲେ । ଏହି ଅବସରରେ ସେ ବୁଥ୍‌ସ୍ତରୀୟ ଅଧିକାରୀ, ସୁପରଭାଇଜର ପ୍ରଶାନ୍ତ ଦୀପ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପାଣ୍ଡବ ନନ୍ଦ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି । ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଗୌରେନମୁଣ୍ଡାରେ ଭୋଟିଂ ବୁଥ୍ ଥିବା ବେଳେ ଆଉ ଏକ ପ୍ରସ୍ତାବିତ ବୁଥ୍‌କୁ ପରିଦର୍ଶନ କରିଥିବା ବେଳେ ଅନ୍ୟାନ୍ୟ ସବୁ ଭୋଟ୍‌ଦାନ କେନ୍ଦ୍ରରେ କ’ଣ କ’ଣ ଅସୁବିଧା ଅଛି ତୁରନ୍ତ ତାକୁ ସମାଧାନ କରିବା ପାଇଁ ଶ୍ରୀ ନନ୍ଦଙ୍କୁ ନିଦ୍ଦେଶ ଦେଇଛନ୍ତି । ତେବେ ଅତିରିକ୍ତ ଜିଲ୍ଲାପାଳଙ୍କ ଗସ୍ତ ପରେ ଦୀର୍ଘବର୍ଷ ଧରି ପ୍ରାୟ ୬ କି.ମି. ରାସ୍ତା ଭୋଟ ଦେବା ପାଇଁ ଯାଉଥିବା ଡଙ୍ଗରମୁଣ୍ଡା ଗ୍ରାମବାସୀ ଏଥର ନିଜ ଗାଁରେ ଭୋଟ୍‌ ଦେଇ ପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.