ଦୁର୍ଗାପୂଜା ରଜତ ଜୟନ୍ତୀ ଉପଲକ୍ଷେ ରାବଣ ଦରବାର : ତୃତୀୟ ଦିନରେ ସୀତା ଚୋରି ମଞ୍ଚସ୍ଥ, ଅନେକ ସମାଜସେବୀ ହେଲେ ସମ୍ମାନିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗୀର ଜିଲ୍ଲା ସଇଁତଲା ସହରରେ ସାର୍ବଜନନୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରୁଥିବା ଅବସରରେ ରାବଣ ଦରବାର ତୃତୀୟ ଦିନରେ ସୀତା ଚୋରି ନାଟକ ମଞ୍ଚସ୍ଥ ହୋଇଯାଇଛି । ଏଥିରେ ରଜତ ଜୟନ୍ତୀ ସଭାପତି ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଦରବାର ଆଉ ୨ ଦିନ ଧରି ଚାଲିବ । ଏହା ଦେଖିବା ପାଇଁ ମହିଳା ଓ ଲୋକମାନଙ୍କ ପ୍ରବଳ ଭିଡ ସହ ସମସ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି । ଏହି ପରିପ୍ରେକ୍ଷୀରେ ସହରର ଦୁର୍ଗାପୂଜା କମିଟିର ସମାଜସେବୀମାନଙ୍କୁ ରଜତ ଜୟନ୍ତୀ କମିଟି ତରଫରୁ ସମ୍ମାନିତ କରାଯାଇଛି । ଏଥିରେ ବିଶିଷ୍ଟ ସମାଜସେବୀ ମଦନଲାଲ ଅଗ୍ରୱାଲ, ସୀତାରାମ ଅଗ୍ରୱାଲ ଓ ପୂଜା କ୍ଷେତ୍ରରେ ଦୀର୍ଘ ଦିନରୁ ସହଯୋଗ କରି ଆସୁଥିବା ସ୍ୱେଛାସେବୀ ପ୍ରଶାନ୍ତ ପୃଷେଠ, ଭକ୍ତ ନାଏକ ଓ ପବନ ଅଗ୍ରୱାଲଙ୍କୁ କମିଟିର ସଭାପତି ଶ୍ରୀ ସିଂ ଭୋଇ ଫୁଲତୋଡ଼ା ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ପରେ ଉର୍ବଶୀ ଓ ମେନକାଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ଉଚ୍ଚକୋଟିର ହୋଇଥିଲା । ଶେଷରେ ଅନୁଷ୍ଠାନର ସମ୍ପାଦକ ସୁବୋଧ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.