jayashree

ବଲାଙ୍ଗିର ଜିଲ୍ଲା ସିନିୟର ନକ ଆଉଟ୍‌ ଫୁଟ୍‌ବଲ୍‌

  • ଜରାସିଂହାକୁ ହରାଇ ପୋଗ୍ରେସିଭ୍‌ କ୍ଲବ ଫାଇନାଲରେ
  • ମଙ୍ଗଳବାର ଅମାମୁଣ୍ଡା ବନାମ ପୋଗ୍ରେସିଭ କ୍ଲବ ଫାଇନାଲ ମୁକାବିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଦ୍ୱିତୀୟ ସେମିଫାଇନାଲ ଖେଳରେ ପୋଗ୍ରେସିଭ କ୍ଲବ ଏ ୨-୧ ଗୋଲରେ ବିଏନ୍‌ଏଏ ଜରାସିଂହାକୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି । ଖେଳର ପ୍ରଥମାର୍ଦ୍ଧରେ ଜରାସିଂହା ଗୋଟିଏ ଗୋଲରେ ଅଗ୍ରଣୀ ଥିଲା । ଦ୍ୱିତୀୟାର୍ଦ୍ଧରେ ପୋଗ୍ରେସିଭ କ୍ଲବ ୨ଟି ଗୋଲ ସ୍କୋର କରିଥିଲେ । ଖେଳକୁ ରେଫରି ରାଜେନ୍ଦ୍ର ଧରୁଆ, ଉମେଶ ଭୋଇ, ସୁଦର୍ଶନ ସେଠ ଓ ସୁଧାଂଶୁ ସେଠ ପରିଚାଳନା କରିଥିଲେ । ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ ଓ ପୂର୍ବ ଶାରୀରିକ ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଲ ଯୋଗ ଦେଇଥିଲେ । ସେହିପରି କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘନ ସିଂ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ଏଥ୍‌ଲେଟ ସଂପାଦକ ବିଭୁତି ଭୂଷଣ ପଣ୍ଡା, ସଂସଦର ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, ଡା. ସିଦେ୍ଧଶ୍ୱର ମିଶ୍ର, ଅଜିତ କୁମାର ସାହୁ, ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ଶରତ କୁମାର ନନ୍ଦ, କୈଳାସ ଚନ୍ଦ୍ର କର୍ତ୍ତି ପ୍ରମୁଖ ମଂଚାସୀନ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ୧୭ ତାରିଖ ମଙ୍ଗଳବାର ଅମାମୁଣ୍ଡା ଏଏ ବନାମ ପୋଗ୍ରେସିଭ୍‌ କ୍ଲବ ଏ ମଧ୍ୟରେ ଫାଇନାଲ ଖେଳ ହେବ ବୋଲି ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ଜଣାଇଛନ୍ତି ।

Leave A Reply

Your email address will not be published.