lika

ମା’ବୀରସିଙ୍ଗୀ ମନ୍ଦିର ପରିସରରେ ଇନ୍ଦିରା ଦାସ ସ୍ମୃତି ସେବାସଦନର ଲୋକର୍ପଣ

gbag

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ବିପୁଲିଙ୍ଗି ସ୍ଥିତ ମା’ବୀରସିଙ୍ଗୀ ମନ୍ଦିର ପ୍ରାଙ୍ଗଣରେ ଇନ୍ଦିରା ଦାସ ସ୍ମୃତି ସେବାସଦନର ଆନୁଷ୍ଠାନିକ ଭାବେ ଲୋକାର୍ପଣ ହୋଇଛି । ଜଣେ ବ୍ରାହ୍ମଣ ପରିବାରଙ୍କ ବଦାନ୍ୟତାରେ ଉକ୍ତ କୋଠାଦାନ ସୂତ୍ରରେ ସୋମବାର ଏହି ଶକ୍ତିପୀଠର ସେବା ନିମିତ୍ତ ମନ୍ଦିର କମିଟିଙ୍କ ହସ୍ତରେ ପ୍ରଦତ୍ତ ହୋଇଛି । ବିପୁଲିଙ୍ଗି ଗ୍ରାମରେ ଜନ୍ମିତ ପରିବାର ତଥା ବେଙ୍ଗାଳୁରୁରେ ବସତିସ୍ଥାପନ କରି ଆସିଥିବା ଶ୍ରୀମାନ ହରିଶରଣ ଦାସଙ୍କ ଧର୍ମପତ୍ନୀ ସ୍ୱର୍ଗୀୟ ଇନ୍ଦିରା ଦାସଙ୍କ ସ୍ମୃତିରେ ଏହି କୋଠା ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଭକ୍ତଙ୍କ ସେବାରେ ଲାଗିବ ବୋଲି ଏହି କୋଠାଦାନ ସୂତ୍ରରେ ପ୍ରଦାନ ହୋଇଛି । ଏନେଇ ଉକ୍ତ ପରିବାରବର୍ଗ, ମନ୍ଦିରକମିଟି ଏବଂ ଗ୍ରାମବାସୀ ଖୁବ୍‌ ଖୁସିବ୍ୟକ୍ତ କରିଛନ୍ତି । ହରିଶରଣ ଦାସ ଓ ତାଙ୍କ ଜ୍ୟେଷ୍ଠ କନ୍ୟା ମଧୁସ୍ମିତା ପାତ୍ର, ଗଣେଶ ଚନ୍ଦ୍ର ଦାସ, ଵିଭୂପ୍ରସାଦ ଦାସ, ରବିନ୍ଦ୍ରନାଥ ଦାସ, ସୁରେଶ ଦାସ ପ୍ରମୁଖ ବନ୍ଧୁ ପରିବାରବର୍ଗଙ୍କ ସହ ଶହସ୍ରାଧିକ ଭକ୍ତଜନଙ୍କ ଏହି ଆସରରେ ସମାଗମ ହୋଇ ଦେବୀଙ୍କ ପ୍ରସାଦ ସେବନ କରି ଆନନ୍ଦ ଲାଭ କରିଛନ୍ତି ।

sandip
Leave A Reply

Your email address will not be published.