csstore

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ମହାବିଦ୍ୟାଳୟଠାରେ ଯୁବ ସମ୍ବାଦ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବଙ୍ଗୋମୁଣ୍ଡାରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଓ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଅନୁକୂଲ୍ୟ ଯୁବ ସମ୍ବାଦ ଇଣ୍ଡିଆ ୨୦୪୭ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ଗରୁଡ଼ଧ୍ଵଜ ବେହେରା ଯୋଗଦାନ କରି ଦେଶ ପ୍ରତି ଯୁବକମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ କହିଥିଲେ । ସଂଘର ସଭାପତି ତୁଳାଚନ୍ଦ୍ର ପୋଡ ସଭା ପରିଚାଳନା କରିଥିଲେ । କେଭି ମହାବିଦ୍ୟାଳୟ ଅଧ୍ୟାପକ ରୋହିତ କିଶୋର କୁମ୍ଭାର, ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟାପକ ନିଲେଶ କୁମାର ପାରେଖ, ନରୋତ୍ତମ ପଣ୍ଡା, ରଶ୍ମିରଞ୍ଜନ ସ୍ବାଇଁ ଓ ଡିଲେଶ୍ୱର ନିଆଲ “ପଞ୍ଚ ପ୍ରଣ” ପ୍ରସଙ୍ଗ ଉପରେ ଉପସ୍ଥାପନା କରିଥିଲେ । ଶେଷରେ ବକ୍ତୃତା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଉପକୃତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସଂଘର ସଂପାଦକ ଲିଙ୍ଗରାଜ ପୋଡ ଧନ୍ୟବାଦ ଅର୍ପଣ କରିଥିଲେ, କୋଷାଧ୍ୟକ୍ଷ ଚନ୍ଦ୍ରହାସ ପୋଡ, ନେହେରୁ ଯୁବ କେନ୍ଦ୍ର ସ୍ବେଚ୍ଛାସେବୀ ଜଗନ୍ନାଥ ବେହେରା, ସୁରୁ ପୋଡ, ସୋନୁ ଛତ୍ରିଆ, ଟିକେଶ୍ବର ହଂସ, ମାୟାଧର ପୋଡ, ମହେଶ୍ବର ଛତ୍ରିଆ, ସେନ ପୋଡ, ଜାମୁଧର ପୋଡ, ଯୋଗିନ ଛତ୍ରିଆ, ମଣ୍ଟୁ ପୋଡ, ପ୍ରିୟାଶୁଂ ପୋଡ, ଜଗ ମୋହନ ବନଛୋର ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ସମସ୍ତ ଛାତ୍ରଛାତ୍ରୀ, ବଙ୍ଗୋମୁଣ୍ଡା ବ୍ଲକ ଯୁବକ ସଂଘମାନଙ୍କର ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.