oom

ଯୁବ କଂଗ୍ରେସ ପକ୍ଷରୁ ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ

jsmm

ବରଗଡ଼, (ସତ୍ୟନାରାୟଣ ପଧାନ) : ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଞ୍ଜନ ଲେଙ୍କାଙ୍କ ଆହ୍ଵାନ କ୍ରମେ ବରଗଡ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଯୁବ କଂଗ୍ରେସର ସଭାପତି ସୁଶାନ୍ତ ସାହୁଙ୍କ ନେତୃତ୍ୱ ରେ କେନ୍ଦ୍ରର ମୋଦୀ ସରକାର ଏବଂ ଓଡିଶାର ନବୀନ ସରକାରର ସମୟରେ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲାପାଳ ଅଫିସରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରୀ ସାହୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଅହେତୁକ ଦରଦମ ବୁଦ୍ଧି ଯୋଗୁଁ ତୁରନ୍ତ ପ୍ରତ୍ୟେହାର କରାଯାଉ, ନଚେତ ଆଗାମୀ ଦିନରେ ଯୁବ କଂଗ୍ରେସ ବିରାଟ ଧାରଣର ଆନ୍ଦୋଳନ କରିବା ସହିତ ରାଜାରାସ୍ତା ଓଲାଇବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଚେୟାରମେନ ଅଭିଳାଷ ପତି, କରନ ଜାଗଦଲା, ସୁରେନ ଉରମାଲ, ବାବୁ ଭାଇ, ସନ୍ତୋଷ ସାହୁ, ଅଭିଷେକ ନାୟକ, ବିମଲ ସିକା, ପ୍ରଦୀପ ସିକା, ବାବୁଲି କୁମ୍ଭୀର, କରନ୍ କୁଆର, ଅର୍ଜୁନ ଜାଗଦଲା, ସୁନୀଲ କୁଆର ସହ ବହୁ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.