csstore

ଟିଟିଲାଗଡ ମାରୱାଡି ଯୁବାମଞ୍ଚ ପକ୍ଷରୁ ପିତୃପକ୍ଷ ଆରମ୍ଭ ଦିନରୁ ମହାଳୟା ଯାଏଁ ସବୁଦିନ ଦେଲେ ଅନ୍ନ ପ୍ରସାଦ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମହାଳୟା ଦିନ ନିଜ ପୂର୍ବଜ ମାତା ପିତା, ଅଜା ଆଇ, ଜେଜେ ମା’, ଜେଜେ ବାପା ତଥା ସମସ୍ତ ମୃତବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ନିମନ୍ତେ ନିଜର ବଂଶଜଙ୍କ ଦ୍ୱାରା ଶ୍ରାଦ୍ଧ ଦେଇ ସେମାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରାଯାଏ । ସମସ୍ତ ଘରମାନଙ୍କରେ ଶ୍ରାଦ୍ଧ କରିବା ସହିତ ସାତ ପୁରୁଷମାନଙ୍କ ପାଇଁ ପିଣ୍ଡ ଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ପିତୃପକ୍ଷ ଆରମ୍ଭ ଦିନରୁ ଶନିବାର ମହାଳୟା ଯାଏଁ ଏହି ସମସ୍ତ ଦିନ ସ୍ଥାନୀୟ ସରକାରୀ ଡାକ୍ତରଖାନା ସମ୍ମୁଖରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରି ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଜନ ସାଧାରଣମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହି ଅବସରରେ ପ୍ରସିଦ୍ଧ ମେଡିସିନ ବିଶେଷଜ୍ଞ ଡାକ୍ତର ହେମନ୍ତ ମେହେର ଆସି ଯୋଗଦେଇ ଲୋକଙ୍କୁ ଖାଦ୍ୟ ପରିବେଷଣ କରିଥିଲେ । ତେବେ ପୂର୍ବପୁରୁଷ ପିତୃଲୋକଙ୍କ ନିମନ୍ତେ ଏହି ସେବାପ୍ରଦାନ କରଯାଇଛି ବୋଲି ଯୁବାମଞ୍ଚ ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.