centurian jitm

ଭୀମଭୋଇ ମେଡିକାଲ କଲେଜରେ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜର ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଅପରାହ୍ନ ୪ଟାରେ ଆରମ୍ଭ ହୋଇଥିଲା । ବୈଠକରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଦଳେଇ, ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି, ପୂର୍ତ୍ତଯନ୍ତ୍ରୀ, ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ ସମେତ ମେଡିକାଲ କଲେଜର ସୁପରିଟେଣ୍ଡଣ୍ଟ ମାନସି ପଣ୍ଡାଙ୍କ ସମେତ ସମସ୍ତ ବିଭାଗୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ବୈଠକ ଆରମ୍ଭରେ ଗତ ବୈଠକରେ ନିଷ୍ପତ୍ତି ହୋଇଥିବା ବିବରଣୀ ଅନୁଯାୟୀ ପ୍ରତ୍ୟେକ ବିଷୟ ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ମେଡିକାଲକୁ ୨୪ ଘଣ୍ଟା ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ନେଇ ଆଲୋଚନା ବେଳେ ବିଧାୟକ ଶ୍ରୀ ମିଶ୍ର ବିଜୁଳି ଯୋଗାଣକୁ ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ । ସେ କହିଥିଲେ ଡାକ୍ତରଖାନା ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଅଘୋଷିତ ବିଜୁଳି କାଟ ତଥା ବିଭ୍ରାଟ ଯୋଗୁଁ ମୁଲ୍ୟବାନ ଜୀବନ ହାନି ଆଶଙ୍କା ଅଛି । ତେଣୁ ଏହି ସମସ୍ୟାକୁ କେତେବେଳେ ବି ଗୌଣ କରି ଦେଖିବା ଉଚିତ ନୁହେଁ । ଏହାକୁ ନେଇ ଉତ୍ତରାଞ୍ଚଳ ରାଜସ୍ୱ କମିସନର ଶ୍ରୀଯୁକ୍ତ ଦଳେଇ ଏବଂ ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ରାଣା ମଧ୍ୟ ଉଦବେଗ ପ୍ରକାଶ କରିବା ସହ ସମସ୍ୟା ସମାଧାନ ଦିଗରେ କ୍ଷିପ୍ରତାର ସହ ପ୍ରୟାସ କରାଯିବ ବୋଲି କହିଥିଲେ । ମେଡିକାଲ ପରିସରରେ ଷ୍ଟାଫ୍‌ ନର୍ସ ତଥା ମେଡିକାଲ ଏଟେଣ୍ଡେଣ୍ଟ ମାନଙ୍କ ଦ୍ୱାରା ହେଉଥିବା ଦୁର୍ନିତି ହେଉକି ବିଶୃଙ୍ଖଳା ସେ ଦିଗରେ ପ୍ରଶାସନିକ ଅଧିକାରୀ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟ।।ନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି ଜିଲ୍ଲାପାଳ ଶ୍ରୀ ରାଣା ପ୍ରଶ୍ନ କରିବା ସହ ଏହା ଉପରେ କଠୋରତା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ । ଡାକ୍ତରଖାନାରେ ବିଶେଷ କରି ସଦର ମହକୁମା ତଥା ସିଏଚ୍‌ସିମାନଙ୍କରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ଲୋକେ ଠିକ୍‌ ଭାବରେ ସ୍ୱାସ୍ଥ୍ୟସେବା ପାଇଁ ପାରୁନାହାନ୍ତି ବୋଲି ସଭାରେ ଆଲୋଚନା ହୋଇଥିଲା ଏବଂ ସେଥି ପାଇଁ ଦରକାର ହେଉଥିବା ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ପଦବୀ ପୁରଣ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଉ ବୋଲି ନିଷ୍ପତ୍ତି ହୋଇଥିଲା । ବୈଠକରେ ଅଧ୍ୟକ୍ଷତା କରୁଥିବା ସାଂସଦ ଶ୍ରୀମତୀ ସଙ୍ଗିତା କୁମାରୀ ସିଂହଦେଓ କିଡନି ରୋଗୀଙ୍କ ପାଇଁ ଦରକାର ହେଉଥିବା ଡାଏଲେସିସ ବିଭାଗରେ ଘୋର ବିଭ୍ରାଟ ହେଉଥିବା ଦର୍ଶାଇଥିଲେ । ଏହାକୁ ନେଇ ଚିକିତ୍ସକ ତଥା ଷ୍ଟାଫ ଯତ୍ନବାନ ହୁଅନ୍ତୁ ବୋଲି ଅଧ୍ୟକ୍ଷା କହିଥିଲେ । ଆଲୋଚନା ବେଳେ ୬୫୦ ସଜ୍ଞା ବିଶିଷ୍ଟ ଡାକ୍ତରଖାନାର ନିର୍ମାଣ ଶେଷ ସହ ଏହାର ଉଦଘାଟନ ସମୟକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟ ଯେତେ ଶିଘ୍ର ହେବ ଶେଷ ହେଲେ ବଲାଙ୍ଗିର ଜିଲ୍ଲା ତଥା ଏ ଅଂଚଳର ଲୋକେ ସ୍ୱାସ୍ଥ୍ୟସେବା ଠିକ ହିସାବରେ ପାଇ ପାରିବେ ବୋଲି ବୈଠକରେ ଉପସ୍ଥିତ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଥିଲେ । ଶେଷରେ ଅଧ୍ୟକ୍ଷା ବୈଠକରେ ଉପସ୍ଥିତ ଥିବା ସଦସ୍ୟଙ୍କୁ ଧନ୍ୟବାଦ ଦେଇ ବୈଠକ ଶେଷ ଘୋଷଣା କରିଥିଲେ ।

Leave A Reply

Your email address will not be published.