ପଦ୍ମପୁର ଏଥ୍‌ଲେଟିକ୍‌ ଏସୋସିଏସନ୍‌ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଥମ ସର୍ବଭାରତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟକୁ ନେଇ ପଦ୍ମପୁର ଏଥ୍‌ଲେଟିକ୍‌ ଏସୋସିଏସନ୍‌ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି । ଏସୋସିଏସନ୍‌ ପକ୍ଷରୁ ଆଜି ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସୋସିଏସନ୍‌ର ଉପସଭାପତି ନନ୍ଦ କିଶୋର ମାଝୀ, ସମ୍ପାଦକ ଶିରୀଶ କୁମାର ବହିଦାର ତଥା କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲଙ୍କ ଉପସ୍ଥିତିରେ ଆସନ୍ତା ତା ୧୨/୧୦/୨୦୨୩ରୁ ତା ୧୫/୧୦/୨୦୨୩ ପର୍ଯ୍ୟନ୍ତ ପ୍ରଥମ ସର୍ବ ଭାରତୀୟ ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ସ୍ଥାନୀୟ ରାଜ ବୋଡାସାମ୍ବର ହାଇସ୍କୁଲ ପଡିଆଠାରେ ଆୟୋଜନ ହେଉଥିବାର ସୂଚନା ଦେଇଥିଲେ । ଏହାସହ ରାଜ୍ୟ ତଥା ରାଜ୍ୟ ବାହାରୁ ମୋଟ ୮ଟି ଦଳ ଏହି ଟୁର୍ଣ୍ଣମେଣ୍ଟରେ ଭାଗ ନେଉଥୁବା ସୂଚନା ଦେଇଥିବା ବେଳେ ତା ୧୫/୧୦/୨୦୨୩ରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମେଚ ହେବାକୁ ଥିବା ସୂଚନା ଦେଇଥିଲେ । ଏହି ଖେଳରେ ପଦ୍ମପୁର ତଥା ଆଖପାଖ ଅଞ୍ଚଳର ସମସ୍ତ କ୍ରୀଡା ପ୍ରେମୀଙ୍କୁ ଯୋଗଦେବା ସହ ଖେଳର ଆନନ୍ଦ ନେବା ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.