csstore

ଖପ୍ରାଖୋଲ ବ୍ଲକରେ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ଶୁଭାରମ୍ଭ

ଖପ୍ରାଖୋଲ, (ଅଶୋକ ବାଗ) : ନାରୀକୁ ପୁରୁଷ ଭଳି ସମାନ ମର୍ଯ୍ୟାଦା ଓ ଅଧିକାର ଦିଆଯାଇଛି । ନାରୀର ଶାରୀରିକ ଓ ବୌଦ୍ଧିକ ଶକ୍ତି ପୁରୁଷ ତୁଳନାରେ କମ୍‌ ନୁହେଁ । ନାରୀ ଶିକ୍ଷିତ ହେଲେ ସମାଜରୁ କୁସଂସ୍କାର ଓ ରକ୍ଷଣଶୀଳତା ଦୂର ହୋଇପାରିବ । ଝିଅ ଓ ପୁଅ ସଭିଏଁ ସମାନ । ପୁଅମାନେ ଯେଉଁ କାର୍ଯ୍ୟ କରୁଛନ୍ତି ଝିଅମାନେ ମଧ୍ୟ ସେହି କାର୍ଯ୍ୟ କରିପାରିବେ । ପୁଅ ଓ ଝିଅ ଭିତରେ ଭେଦଭାବ ନ ରଖିବା ଉଚିତ ବୋଲି ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମର ଶୁଭାରମ୍ଭରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରକାଶ କରିଛନ୍ତି । ସ୍ଥାନୀୟ ଆଇସିଡିଏସ୍‌ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଅଛି । ଖପ୍ରାଖୋଲ ପଂଚାୟତ ସମିତି ଅଧ୍ୟକ୍ଷା ନିରୂପମା ପଟେଲ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ । ସିଡିପିଓ ସୁଜାତା ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଡିଓ ଆକାଶ ରଞ୍ଜନ ସାହୁ, ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଦାଶ, ଖପ୍ରାଖୋଲ ଓଏଭି ଅଧ୍ୟକ୍ଷା ଦମୟନ୍ତୀ ମହାରଣା, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ, ବିଏସ୍‌ଏସ୍‌ଓ କନିଷ୍ଠ ବିଭାର ସମ୍ମାନିତ ଅତିଥିଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଅତିଥିମାନେ ଲିଙ୍ଗ ନିରୂପଣ ନକରିବା, କନ୍ୟା ସନ୍ତାନର ଶିକ୍ଷା ଓ ସ୍ୱାସ୍ଥ୍ୟ, ପୃଷ୍ଟି ନିରାପତ୍ତା ଓ ବଂଚିରହିବା ସୁନିଶ୍ଚିତ କରିବା, କନ୍ୟାସନ୍ତାନ ମାନେ ବିଦ୍ୟାଳୟକୁ ଯିବା ଉପରେ ଗୁରୁତ୍ୱାରୋପ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ହୃଷିକେଶ ବେହେରା ସଭାକୁ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ମହିଳାମାନଙ୍କ ଦ୍ୱାରା ଉଦଘାଟନୀ ସଂଗୀତ ପରିବେଷଣ କରାଯାଇଥିଲା । ବକୃତା, ଚିତ୍ରାଙ୍କନ, ନୃତ୍ୟ, ଏକକ ଅଭିନୟ, ରଙ୍ଗୋଲି ଆଦି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱଲାଭ କରିଥିବା ଛାତ୍ରୀ ଏବଂ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀର ସଦସ୍ୟାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ପୋଷ୍ଟରକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଲକ୍ଷ୍ମୀନାରାୟଣ ବିଶି, ସୁଶିଲ କୁମାର ନନ୍ଦ ଉତ୍ସବକୁ ପରିଚାଳନା କରିଥିବାବେଳେ ଏଥିର ଅଙ୍ଗନୱାଡି କର୍ମି, ଏସ୍‌ଏଚ୍‌ଜି ମହିଳା ସଦସ୍ୟା ଏବଂ ବହୁ ସଂଖ୍ୟକ ସାଧାରଣ ଜନତା ସାମିଲ ହୋଇଥିଲେ । ମନୋରଞ୍ଜନ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.