oom

ଜଗଦଳପୁର ଥାନା ଅଞ୍ଚଳରେ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ପୋଲିସ ଜିଲ୍ଲାର ଜଗଦଳପୁର ଥାନା ଅଧନସ୍ତ ଲଖମରା ଓ ଜଗଦଳପୁରଠାରେ ପୋଲିସ ବିଭାଗ ନିର୍ଦେଶରେ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଜଗଦଳପୁର ଥାନାଧିକାରୀ ବିପିନ ବାଗଙ୍କ ନିର୍ଦ୍ଦେଶ କ୍ରମେ ଲଖମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବରଗଡ ପୋଲିସ ବିଭାଗ ସାଇବର ଅପରାଧ ନିୟନ୍ତ୍ରଣ ଅଧିକାରୀ ମଙ୍ଗଳ କିସ୍କୋ, ପଦ୍ମପୁର ଥାନା ସବ ଇନ୍ସପେକ୍ଟର ଶରତ ପ୍ରଧାନ, ସାମ୍ବାଦିକ ରମେଶ ବାରିକ, ଅଭୟ ରଣା, ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ ମିଶ୍ର ଯୋଗ ଦେଇଥିଲେ । ପୋଲିସ ଅଧିକାରୀ ଗଣ ମୋବଇଲ ମାଧ୍ୟମରେ ବିଭିନ୍ନ ଆପ୍ସ, ଭିଡ଼ିଓ କଳିଙ୍ଗ, ଦ୍ଵାରା ସାଇବର ଠକେଇ ସମ୍ପର୍କରେ ବିଦ୍ୟାର୍ଥୀଙ୍କୁ ଅବଗତ କରିବା ସହ ଏଥିରୁ କିପରି ସୁରକ୍ଷିତ ରହିବେ, ଦରକାର ପଡିଲେ ପୋଲିସ କିମ୍ବା ସାଇବର ପୋଲିସ ଟୋଲଫ୍ରି ନମ୍ବର ୧୩୦କୁ ସୂଚନା ପାଇଁ ନିଜ ନିଜ ଅଭିଭାଷଣରେ ସୂଚନା ଦେଇଥିଲେ । ଏ ସମ୍ପର୍କିତ ଭିଡ଼ିଓ ପ୍ରୋଜେକ୍ଟ ମଧ୍ୟ ପ୍ରଦର୍ଶନ କରାଯିବା ସହ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । କୃତି ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିଭଳି ଲଖମରା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟ ଭାରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ମିନକି ବରିହାଙ୍କ ପୌରାହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଜଗଦଲପୁରଠାରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ସବୁଠି ପୋଲିସ ଭାଇଙ୍କ ଦ୍ଵାରା ସାଇବର ସୁରକ୍ଷା ସମ୍ପର୍କିତ ସଂଗୀତ ମଧ୍ୟ ପରିବେଷଣ କରାଯାଇଥିଲା । ବିଦ୍ୟାଳୟମାନଙ୍କ ଶିକ୍ଷକ, ବିଦ୍ୟାର୍ଥୀ, ଜନସାଧାରଣରେ ଏହା ବେଶ ଆଦୃତ ହୋଇଥିଲା । ସାଇବର ସୁରକ୍ଷା ଅଭିଯାନ ସମସ୍ତ ସଦସ୍ୟ ଓ ଜଗଦଳପୁର ଥାନାର ପୋଲିସ ଷ୍ଟାଫ୍‌ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁପରିଚାଳିତ ହୋଇଥିଲା ।

jittmm
Leave A Reply

Your email address will not be published.