ଲୋକନାୟକ ଜୟପ୍ରକାଶ ଜୟନ୍ତୀ ଓ ବିପ୍ଲବୀ ତଥା ସ୍ୱାଧୀନତା ସଂଗ୍ରାମୀ ଡ଼.ରାମମନୋହର ଲୋହିୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବୁଧବାର ଅପରାହ୍ନରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳନ ସହ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ଡ଼. ରାମମନୋହର ଲାହିୟାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ପ୍ରତିଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋହିୟାଙ୍କର ସପ୍ତକ୍ରାନ୍ତି ଓ ଜୟପ୍ରକାଶଙ୍କ ସମ୍ପୂର୍ଣ୍ଣ ବିପ୍ଲବ ଆଜି ମଧ୍ୟ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ବକ୍ତାମାନେ ପ୍ରକାଶ କରି ବର୍ତ୍ତମାନ ସମାଜରେ ଦେଖାଦେଇଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ଏକଛତ୍ରବାଦ ଶାସନ ବିରୁଦ୍ଧରେ ମିଳିତ ଲଢେ଼ଇର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ କାମରାଜୁ ମହାରଣା, ରାଜେନ୍ଦ୍ର ପଣ୍ଡା, ଅଶୋକ ଦଳେଇ, ରଂଜନ କୁମାର ସାହୁ, ସୁଶାନ୍ତ କର, ଇଂ. ମାନସ ରଂଜନ ତ୍ରିପାଠୀ, କିଶୋର ସ୍ୱାଇଁ, ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଉତ୍ତରାଖଣ୍ଡର ବିଷ୍ଣୁ ପ୍ରୟାଗ ବସ ଦୁର୍ଘଟଣାରେ ଆଜିର ଦିନରେ ୧୬ ବର୍ଷ ତଳେ ମୃତ୍ୟୁବରଣ କରିଥିବା ଓଡ଼ିଆ ତୀର୍ଥଯାତ୍ରୀଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.