ରାଜନାପଲ୍ଲୀ ପ୍ରାଥମିକ ସ୍କୁଲ ପୁନଃ-ଖୋଲିବାକୁ ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ବିପୁଳିଙ୍ଗି ଗ୍ରାମ ପଞ୍ଚାୟତ ରାଜନାପଲ୍ଲୀ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲିବାକୁ ଉକ୍ତ ଗ୍ରାମବାସୀ ଦାବୀ କରିଛନ୍ତି । ଏହି ସ୍କୁଲଟି ପ୍ରାୟ ୩ ବର୍ଷ ହେଲା ବନ୍ଦ ହୋଇଛି । ରାଜନାପଲ୍ଲୀ ଗ୍ରାମବାସୀ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟି ଏସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏବେ ଉକ୍ତ ଗାଁରେ ପିଲା ସଂଖ୍ୟା ବଢିଛି, ଏଣୁ ଯଥାଶୀଘ୍ର ରାଜନାପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଅନୁରୋଧ କରାଯାଇଛି, ଗେଦଲପଲ୍ଲୀ ସ୍କୁଲକୁ ରାଜନାପଲ୍ଲୀ ଗାଁର ପିଲାମାନେ ପାଠ ପଢିବାକୁ ଯିବାକୁ ପଡୁଛି । ୨ଟି ଶ୍ମଶାନ ଅତିକ୍ରମ କରିଯିବାକୁ ପଡ଼େ । ପୁଣି ଏହି ରାସ୍ତାଦେଇ ସେଠାକୁ ପିଲାମାନେ ଗଲା ବେଳେ ରାସ୍ତାରେ ବାଲି ଓ ପଥର ଗାଡି ଆଦି ଭାରବାହୀ ଗାଡ଼ି ସର୍ବଦା ଯାତାୟାତ କରୁଛି । ଏଥିଲାଗି ପିଲାମାନଙ୍କ ଯିବା ଆସିବାରେ ବ୍ୟାଘାତ ସୃଷ୍ଟି ହେଉଥିବା ଗ୍ରାମବାସୀ କହିଛନ୍ତି । ଏହାର ସମାଧାନ କରି ରାଜନାପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଖୁବଶୀଘ୍ର ପୁନଃ-ଖୋଲିବାକୁ ଦାବୀ ହୋଇଛି ।

Leave A Reply

Your email address will not be published.