oom

ଫେସନ୍‌ ସୋ’ କାର୍ଯ୍ୟକ୍ରମରେ ଦବ୍‌ଦବା ଜାହିର୍‌ କଲେ କିନ୍ନରମାନେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମେ ବି ମାନବ ସମାଜରେ ଜନ୍ମ ନେଇଛୁ । ଆମର ବି ସମ୍ମାନର ସହ ବଂଚିବାର ଅଧିକାର ଅଛି । ଆମେ ବି ଦକ୍ଷତା ଅର୍ଜନ କରିଛୁ, ଅନ୍ୟମାନଙ୍କ ଭଳି ଆମେ ବି ସମସ୍ତ କ୍ଷେତ୍ରରେ ନିଜର ଦବ୍‌ଦବା ଜାହିର୍‌ କରିପାରିବୁ । ଏଭଳି ମତ ପ୍ରକାଶ ପାଇଛି କିନ୍ନରମାନଙ୍କ ଫେସନ୍‌ ସୋ’ କାର୍ଯ୍ୟକ୍ରମରେ । ବଲାଙ୍ଗିର ଟାଉନ୍‌ ହଲ୍‌ରେ ଆୟୋଜିତ କିନ୍ନରମାନଙ୍କ ଫେସନ୍‌ ସୋ’ରେ ଓଡ଼ିଶା ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଅଲ୍‌ ଓଡ଼ିଶା ଟ୍ରାନ୍‌ସଜେଣ୍ଡର୍‌ ସଭାପତି ମୀରା ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରଥମ ଥର ପାଇଁ ଫେମ୍ ସୋର୍ଟ୍ ଦ୍ଵାରା ଆୟୋଜିତ କିନ୍ନରମାନଙ୍କ ଫେସନ୍‌ ସୋ’ ‘ତାଳି’ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସମାଜସେବୀ ନିହାଲ ସିଂ, ଧନେଶ୍ୱର ତାଣ୍ଡି, ହିମାଂଶୀ ଯୋଶୀ ଯୋଗଦାନ କରିଥିଲେ । ବିଚାରକ ଭାବରେ ମଡେଲ୍‌ ସ୍ଵିଟ୍ଟି ସାହୁ ଓ ଦୀପିକା ସାହୁ ଦାୟିତ୍ୱ ନିର୍ବାହ କରିଥିଲେ । ଉପସ୍ଥାପନା କରିଥିଲେ ପ୍ରୀୟଂଶୀ ଦାସ । ଫେସନ ସୋ’ ପ୍ରତିଯୋଗିତାରେ ବୁର୍ଲାର ମିସ୍ ବର୍ଷା ପ୍ରଥମ, ସମ୍ବଲପୁରର ଭକ୍ତି ଦ୍ୱିତୀୟ ଓ ସମ୍ବଲପୁରର ମିସ୍‌ ବର୍ଷା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଫେମ୍ ସୋର୍ଟ୍ ଦ୍ଵାରା ସଭାପତି ଜିତେନ୍ଦ୍ର ସ୍ୱାଇଁ ଓ ସଂପାଦକ ଅଜୟ କୁମାର ନାଗଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ରୂପା ଦାସ, ନାରିଶକ୍ତି ଫାଉଣ୍ଡେସନ୍‌ର ସମସ୍ତ ସଦସ୍ୟା, ସଞ୍ଜୀବ, ଏମ୍.ଏନ୍.ରଞ୍ଜିତ, ସୁଦର୍ଶନ, ରାମ ଦାସ, ଉତ୍ତମ ନନ୍ଦ ଓ ଅନ୍ୟମାନେ ।

jittmm
Leave A Reply

Your email address will not be published.