ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଜିଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମ୍ବାଦିକ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡ଼ା ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଅଣପଞ୍ଜିକୃତ ୱେବ ଓ ସାମାଜିକ ଗଣମାଧ୍ୟମର ସାମ୍ବାଦିକ କହି କରୁଥିବା ଉତ୍ପାତ ସମ୍ବନ୍ଧେ ଉଦ୍ବେଗ ପ୍ରକାଶ କରାଯାଇଥିଲା । ସଂଘର ବିଭିନ୍ନ ସଦସ୍ୟ ଏନେଇ ଅଭିଯୋଗ ରଖିଥିଲେ ମୁଖ୍ୟତଃ ପୁଲିସ କିମ୍ବା ସରକାରୀ, ରାଜନୈତିକ ବିଭିନ୍ନ ସଂଗଠନର କାର୍ଯ୍ୟକ୍ରମମାନଙ୍କରେ ସେମାନେ ପହଞ୍ଚି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରୁଥିବାରୁ କାର୍ଯ୍ୟରତ ସାମ୍ବାଦିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏଭଳି ପରିସ୍ଥିତିକୁ ବନ୍ଦ କରିବାକୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏପରିକି କିଛି ୱେବ ସାମ୍ବାଦିକ ମନଗଢା ମିଥ୍ୟା ଖବର ପରିବେଷଣ କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବାରୁ ଏହାକୁ ନିନ୍ଦା କରାଯାଇଥିଲା । ସଂଘ ତରଫରୁ ପଦକ୍ଷେପ ନେବାକୁ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ୧୭ ଜଣିଆ କମିଟି ଗଠନ କରାଯାଇଛି । ସେମାନେ ସାମାଜିକ ଗଣମାଧ୍ୟମ ଉପରେ ନଜର ରଖିବେ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ବିରୋଧରେ କୌଣସି ମିଥ୍ୟା ପୋଷ୍ଟିଂ ହେଲେ ତାହାକୁ ପ୍ରତିରୋଧ କରିବାକୁ ପଦକ୍ଷେପ ନେବେ । ବୈଠକରେ ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥୀ, ଉପସଭାପତି ବଳରାମ ମିଶ୍ର, ସଙ୍ଗଠନ ସମ୍ପାଦକ ଶରତଚନ୍ଦ୍ର ମିଶ୍ର, ସମ୍ପାଦକ ରଂଜିତ ବେହେରା, କୋଷାଧ୍ୟକ୍ଷ ସୁନୀଲ ମହାନ୍ତି, ପୂର୍ବତନ ସଭାପତି ଗୋପବନ୍ଧୁ ଶତପଥୀ, ହରିନାରାୟଣ ପୂଝାରୀ, ନବୀନ ପଶାୟତ, ବରିଷ୍ଠ ସାମ୍ବାଦିକ ସୁଧିର ମିଶ୍ର, ମନୋରଂଜନ ଯୋଶୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶରତ ମହାକୁର, ଚନ୍ଦ୍ରଭାନୁ ମୌଲାନା, ବୀରେନ୍ଦ୍ର କୁମାର ଝାଙ୍କର, ଚିତ୍ତ ରଂଜନ ମିଶ୍ର, ପ୍ରଦୀପ୍ତ କୁମାର ମିଶ୍ର, ଅନୀଲ ତ୍ରିପାଠୀ, ସେକ ମହମ୍ମଦ ୱାହିଦ, ମହେନ୍ଦ୍ର ଦର୍ଜୀ, ଦୀପକ ପୁରୋହିତ, ବିଭୁ କଲ୍ୟାଣ ଗଡ଼ତ୍ୟା, ସଚ୍ଚିତାନନ୍ଦ ବଗର୍ତ୍ତି, ତରୁଣ ସାହୁ, କରୁଣାକର ପ୍ରଧାନ, ବିଶ୍ୱଜିତ ପଟ୍ଟନାୟକ, ସୁବ୍ରତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post
Next Post