csstore

ବିଭିନ୍ନ ସ୍ଥାନରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାର ବିଭିନ୍ନ ସ୍ଥାନରେ ବଙ୍ଗୋମୁଣ୍ଡା ପୋଲିସ ତରଫରୁ ସାଇବର ଠକେଇ ସଚେତନ ରଥ କାର୍ଯ୍ୟକ୍ରମ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ବଙ୍ଗୋମୁଣ୍ଡା ଆର୍ ଆଇ କାର୍ଯ୍ୟାଳୟ ସମ୍ମୁଖରେ, ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ, ଭାଲୁମୁଣ୍ଡା ପ୍ରସନ୍ନ ପାଲ ଜୁନିୟର ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ସାଇବର ଠକେଇ କଣ, ସାଇବର ଠକେଇରୁ ବଞ୍ଚିବା ପାଇଁ କଣ ପଦକ୍ଷେପ ନେବ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଲୋଚନାର ବିଷୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ଚରଣ ସାହୁ,ବଙ୍ଗୋମୁଣ୍ଡା ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା, କଲେଜର ଅଧ୍ୟକ୍ଷ ଅମୀୟ ରଞ୍ଜନ ଦାଶ, ଭାଲୁମୁଣ୍ଡା ଇଣ୍ଡିଆନ ବ୍ୟାଙ୍କର ଶାଖା ପରିଚାଳକ ସହଦେବ ବାରିକ, ଏବିଏମ ସୁବ୍ରତ କୁମାର ବାରିକଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସାଇବର ସଚେତନତା ଇଂନଚାର୍ଜ ଜ୍ୟୋତ୍ସ୍ନାମୟୀ ବେହେରା କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.