csstore

ହିଞ୍ଜିଳି ଥାନା ପୋଲିସ ଦ୍ୱାରା ୭ଜଣ ଜୁଆଡ଼ି ଗିରଫ ଓ ୧୦ହଜାରରୁ ଅଧିକ ଟଙ୍କା ସହ ୭ଟି ମୋବାଇଲ ଫୋନ ଜବତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅଧୀନରେ ଜୁଆ ଆଡ୍ଡା ସ୍ଥଳି ପୋଲିସ ନଜରକୁ ଆସିଥିବା ବେଳେ ସେ ସମସ୍ତ ଜୁଆଡ଼ିଙ୍କୁ ଧରିବାରେ ପୋଲିସ ସଫଳତା ହାସଲ କରିଛି । ଗୋଟିଏ ସ୍ଥାନରେ ହିଞ୍ଜିଳି ଥାନା ପୋଲିସ ଦ୍ୱାରା ୭ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବା ବେଳେ ୧୦ହଜାରରୁ ଅଧିକ ଟଙ୍କା ସହ ୭ଟି ମୋବାଇଲ ଫୋନ ଜବତ କରିଛି ବୋଲି ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁରରୁ ଡି.ଆଇ.ବି. ଅତିରିକ୍ତ ଜିଲ୍ଲା ପୋଲିସ ଅଧୀକ୍ଷକ ଅଜୟ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.