csstore

୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅମରାବତୀ ଇକୋକ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟମକୁ ପ୍ରକୃତିବନ୍ଧୁ ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମନାରାୟଣ ଦାଶ ସଂଯୋଜନା କରିଥିଲେ । ପରିବେଶୀୟ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ । ମୁଖ୍ୟତଃ ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କ ଯୋଗୁଁ ଜୈବ ବିବିଧତା ବଜାୟ ରହିଥାଏ। ଜଙ୍ଗଲ ବିନା ଜଳବାୟୁ ପରିବର୍ତ୍ତନର ଆଶଙ୍କା ଅଧିକ। ତେବେ ପୃଥିବୀର ସ୍ଥାୟିତ୍ଵ ପାଇଁ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେଉଥିବା ପ୍ରାଣୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ଅକ୍ଟୋବରରେ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଥାଏ । ଲଗାତାର ଜଙ୍ଗଲ କଟା ଯୋଗୁ ବାସସ୍ଥଳ ଅଭାବରୁ ବହୁ ପ୍ରଜାତିର ପ୍ରାଣୀ ଲୋପପାଇବା ଆଶଙ୍କା ବଢ଼ିଗଲାଣି । ପ୍ରାଣୀଙ୍କ ବିକାଶ ଲକ୍ଷ୍ୟ ନେଇ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ସାମ୍ମାନୀତ ଅତିଥି ଗଣ ମତବ୍ୟକ୍ତ କରିଥିଲେ । ସପ୍ତାହ ବ୍ୟାପି ହୋଇଥିବା ବିଭିନ୍ନ ଦିନରେ ଆଲୋଚନା ଚକ୍ର, ପ୍ରତିଯୋଗୀତା, ସଚେତନତା ଶୋଭାଯାତ୍ରା, ବୃକ୍ଷରୋପଣ ଆଦି ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟମରେ ଶିକ୍ଷକ ଲିଙ୍ଗରାଜ ନନ୍ଦ, ସମୀର ସେଠୀ, ଦୀପକସେନ ଧରୁଆ, ଶିକ୍ଷୟିତ୍ରୀ ରେଣୁକା ସାହୁ, କାନ୍ତି ଭୋଇ, ଦ୍ରୋପଦୀ ଭୋଇ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ କୃପାସିନ୍ଧୁ ମିଶ୍ର ପରିଚାଳନା କରିଥିଲା ବେଳେ ଶିକ୍ଷକ ସୁଦର୍ଶନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.